Latest Odisha News

ଖୋର୍ଦ୍ଧା ବିଜେପି ନେତା ହତ୍ୟାକାଣ୍ଡର ଖୁବଶିଘ୍ର ହେବ ପର୍ଦ୍ଦାଫାଶ: କ୍ରାଇମବ୍ରାଞ୍ଚ

ଖୋର୍ଦ୍ଧା: ଖୋର୍ଦ୍ଧାର ୯ ନଂ ୟୁନିଟ ବିଜେପି ସଭାପତି ମଙ୍ଗୁଳି ଜେନାଙ୍କୁ ଅଜଣା ଦୁର୍ବୃ ହତ୍ୟା କରିବା ପରେ ପୋଲିସ ୨ ଜଣ ସନ୍ଦିଗ୍ଦ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ, ଏହି ୨ ବ୍ୟକ୍ତିଙ୍କ ଠାରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିଛି । ତେଣୁ ବହୁ ଚର୍ଚ୍ଚିତ ମଙ୍ଗୁଳି ଜେନା ହତ୍ୟାକାଣ୍ଡର ଖୁବଶିଘ୍ର ପର୍ଦ୍ଦାଫାଶ ହେବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି ।

ଜିଲ୍ଲା ମୁଖ୍ୟ ପୋଲିସ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଭାରପ୍ରାପ୍ତ ଡ଼ିଜିପି ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାରଠାରୁ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି ।

“ଭାରପ୍ରାପ୍ତ ଡ଼ିଜିପି ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶକ୍ରମେ, ମୁଁ ବ୍ୟକ୍ତିଗତ ଭାବେ ଏହି ଘଟଣାର ତଦାରଖ କରୁଛି । ଘଟଣାସ୍ଥଳର ପାରିପାଶ୍ୱର୍ିକ ପରିସ୍ଥିତିକୁ ଅନୁଧ୍ୟାନ କରି ସ୍ଥାନୀୟ ପୋଲିସକୁ ଏସମ୍ପର୍କରେ ଅନ୍ୟ ତଥ୍ୟ ଓ ପ୍ରମାଣ ହସ୍ତଗତ ହେବାରେ ଲାଗିଛି,” ବୋଲି କହିଛନ୍ତି ଆଜି ପ୍ରିୟଦର୍ଶୀ । “ପୂର୍ବରୁ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଏହି ଘଟଣାର ତଦନ୍ତ ଭାର ନେଇଥିଲେ । ତେବେ ଯାହାବି ହେଉ, ଡ଼ିଜିପିଙ୍କ ନିର୍ଦ୍ଦେଶାନୁଯାୟୀ କ୍ରାଇମବ୍ରାଞ୍ଚର ଡ଼ିସିପି ପ୍ରମୋଦ ରଥଙ୍କ ଉପରେ ଏହି ଘଟଣାର ତଦନ୍ତ ଭାର ନ୍ୟସ୍ତ ହୋଇଛି,” ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆଇଜି ଆହୁରି ମଧ୍ୟ କହିଛନ୍ତି, କ୍ରାଇମବ୍ରାଞ୍ଚର ସାଇବର୍ ଟିମ୍ ସମସ୍ତ ପ୍ରକାରର ବୈଷୟିକ ସହଯୋଗ କରୁଛନ୍ତି । ଏହାବ୍ୟତୀତ, କ୍ରାଇମବ୍ରାଞ୍ଚର ଅନ୍ୟ ଏକ ଟିମ୍ ମଙ୍ଗଳବାର ଦିନରୁ ହିଁ ଏକ କ୍ୟାମ୍ପରେ ଅଛନ୍ତି । “ଏହାବ୍ୟତୀତ, କ୍ରାଇମବ୍ରାଞ୍ଚର ଆଇଜି ଅରୁଣ ବୋଥ୍ରା ମଙ୍ଗଳବାର ଦିନ ଖୋର୍ଦ୍ଧାରେ ପହଞ୍ଚି ଏହି ଘଟଣାକୁ ତଦାରଖ କରିଛନ୍ତି,” ବୋଲି କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିତ ହୋଇଛି କି ବୋଲି ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇଜି କହିଛନ୍ତି, ଅନେକ ଦିନ ଧରି ଅର୍ଥାତ୍ ୨୦୧୫ ମସିହାରୁ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ଗାଁ’ରେ ଦୁଇଟି ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଆସିଛି । “ଯେହେତୁ ମଙ୍ଗୁଳି ଜେନା ବଡ଼ପୋଖରୀଆର ସରପଞ୍ଚ ରହିଥିଲେ ଏବଂ ଏହି ଘଟଣାରେ ଏହାକୁ ତଦନ୍ତ ପରିସରଭୁକ୍ତ ମଧ୍ୟ କରାଯାଇଛି,” ବୋଲି ଆଇଜି କହିଛନ୍ତି ।

Leave A Reply

Your email address will not be published.