Latest Odisha News

BREAKING NEWS

କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ : କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ । କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ସହ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ । କୋଭିଡ କଟକଣା ଭିତରେ କିପରି କୋଣାର୍କ ମହୋତ୍ସବକୁ ଡିସେମ୍ବର ୧ରୁ ୫ ତାରିଖ ମଧ୍ୟରେ ଶେଷ କରାଯିବ, ସେନେଇ ଆଲୋଚନା ହୋଇଛି ।

କୋଭିଡ୍ କଟକଣା ଅନୁସାରେ ସମସ୍ତ ଅଧିକାରୀଙ୍କ ସହ ୬୦୦ ପର୍ଯ୍ୟଟକଙ୍କୁ ନେଇ କରାଯିବ କୋଣାର୍କ ମହୋତ୍ସବ । ଗତବର୍ଷ ପରି ଏଥର ମଧ୍ୟ ମୀନା ବଜାର, ଯାତ୍ରା ଦଳକୁ ବନ୍ଦ କରାଯାଇଛି । ଏହି ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟକୁ ଅଧିକାରୀ ଓ ପର୍ଯ୍ୟଟକମାନେ ମାସ୍କ ସହିତ ସାନାଟାଇଜ୍ ଓ ସାମାଜିକ ଦୂରତା ଉପରେ ଦୁଷ୍ଟି ଦେବାକୁ ଗୁରୁତ୍ବ ଦିଆଯାଇଛି । ଚଳିତ ବର୍ଷ ଚନ୍ଦ୍ରଭାଗା ବେଳାଭୂମିରେ ୩୦ଟି ବାଳୁକା କଳାର ଷ୍ଟଲ୍ କରାଯିବ । କୋଭିଡ୍ ନିୟମରେ ବାଲୁକା କଳା ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।

Leave A Reply

Your email address will not be published.