Latest Odisha News

BREAKING NEWS

ପଦ୍ମଶ୍ରୀରେ ସମ୍ମାନିତ ହୋଇ ଫେରିଲେ ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆ

ଝାରସୁଗୁଡା : ପଦ୍ମଶ୍ରୀରେ ସମ୍ମାନିତ ହୋଇ ଫେରିଲେ ମିତ୍ରଭାନୁ ଗୌନ୍ତିଆ । ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ଝାରସୁଗୁଡାରେ ଦିଆଗଲା ସମ୍ବର୍ଦ୍ଧନା । ବିଶ୍ଵରେ ସମ୍ବଲପୁରୀ ଗୀତର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତିଙ୍କ ନିକଟରୁ ସମ୍ମାନ ଗ୍ରହଣ କରି ବିମାନରେ ଝାରସୁଗୁଡାରେ ପହଞ୍ଚିବା ପରେ ତାଙ୍କୁ ଵିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ସହ ମିତ୍ରଭାନୁ ଗୌନ୍ତିଆ ଏହି ସମ୍ମାନ ପାଇଥିବାରୁ ସମସ୍ତଙ୍କ ମନରେ ଖୁସି  । ସେପଟେ ସମ୍ବଲପୁରୀ ରଙ୍ଗବତୀ ଗୀତ ଯେ, ଦିନେ ଗାଁରୁ ବିଦେଶରେ ପହଞ୍ଚିବ ଏହା କେବେ ବି ଭାବି ନ ଥିଲେ ବୋଲି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗୌନ୍ତିଆ କହିଛନ୍ତି ।

Leave A Reply

Your email address will not be published.