Latest Odisha News

BREAKING NEWS

ପଞ୍ଜାବରେ ନିର୍ବାଚନ ଲଢିବେ ସୋନୁଙ୍କ ଭଉଣୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେ ​​ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା। ସୋନୁ ସୁଦ ଆଜି ଘୋଷଣା କରିଛନ୍ତି ଯେ ତାଙ୍କ ଭଉଣୀ ମାଲବିକା ସୁଦ ପଞ୍ଜାବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

BjdElectrycity

ତଥାପି ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ ସସ୍‌ପେନ୍ସ ଜାରି ରହିଛି। କରୋନା ସମୟରେ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା ପାଇଥିବା ସୋନୁ ସୁଦ ମୋଗାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।

ବର୍ତ୍ତମାନ ସୋନୁ ସୁଦଙ୍କ ଭଉଣୀ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ ସନ୍ଦେହ ଜାରି ରହିଛି। ନିକଟରେ ସୋନୁ ସୁଦ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିଥିଲେ। ଏହାପୂର୍ବରୁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଭେଟିଥିଲେ।

Leave A Reply

Your email address will not be published.