Latest Odisha News

BREAKING NEWS

ବ୍ରଜରାଜନଗର: ବିଜେପି ବିଧାୟିକାଙ୍କ ନିରାପତ୍ତାରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରଜରାଜନଗର: ଆଜି ଓଡ଼ିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ଜାରି ରହିଛି । ତେବେ ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବ୍ୟକ୍ତିଗତ ନିରାପତ୍ତାରକ୍ଷୀଙ୍କୁ ଭୋଟଦାନ ଚାଲିଥିବା ସମୟରେ ଝାରସୁଗୁଡ଼ା ଜିଲ୍ଲାର ଏକ ପୋଲିଂ ବୁଥ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଛି । କିଛି ବ୍ୟକ୍ତି ସଂଘବଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ବ୍ରଜରାଜନଗର ମ୍ୟୁନିସିପାଲିଟି ଅନ୍ତର୍ଗତ ଗଙ୍ଗାନଗରର ୱାର୍ଡ଼ ନଂ ୪ର ୧୮୨ ନମ୍ବର ପୋଲିଂ ବୁଥକୁ ବିଧାୟିକା ଶ୍ରୀମତୀ ପଣ୍ଡା ଯାଉଥିବା ବେଳେ ହଠାତ୍ କିଛି ବ୍ୟକ୍ତି ତାଙ୍କ ନିରାପତ୍ତାରକ୍ଷୀଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଗୁରୁତର ଭାବେ ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀମତୀ ପଣ୍ଡା ଅଭିଯୋଗ କରି କହିଛନ୍ତି, ତାଙ୍କ ନିରାପତ୍ତାରକ୍ଷୀଙ୍କୁ ବିଜେଡ଼ି କର୍ମୀମାନେ ଆକ୍ରମଣ କରିଛନ୍ତି ।
“ଆକ୍ରମଣ କରିଥିବା ବିଜେଡ଼ି କର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଁ ଏସପିଙ୍କୁ ଅଭିଯୋଗ କରି କହିଛି ଏବଂ ଏହି ଘଟଣାର ତଦନ୍ତ ତୁରନ୍ତ କରାଯାଉ ବୋଲି ମୁଁ ଅନୁରୋଧ କରିଛି,” ବୋଲି କହିଛନ୍ତି ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ।

Leave A Reply

Your email address will not be published.