Latest Odisha News

ବିଏମସି ପକ୍ଷରୁ ସନ୍ଧ୍ୟା ସମୟର ସଫେଇ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର : ବିଏମସିର ନୂଆ ଅଭିଯାନ । ଆରମ୍ଭ ହେଲା ସନ୍ଧ୍ୟା ସମୟର ସଫେଇ କାର୍ଯ୍ୟ । ଭୁବନେଶ୍ୱର ମହାନଗର ନିଗମ ଅଧିନରେ କାମ କରୁଥିବା ସଫେଇ କର୍ମଚାରୀ ମାନେ ଆଗରୁ ଦିନରେ ରାସ୍ତାଘାଟ ସଫେଇ କରୁିଥିଲେ । ହେଲେ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ବିଏମସି ନୂଆ ପଦକ୍ଷେପ ନେଇଛି ।

ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳରେ ସଫେଇ କର୍ମଚାରୀ ମାନେ ସନ୍ଧ୍ୟା ସମୟରେ ସଫେଇ କରୁଥିବା ଦେଖିବାକୁ ମିଳିଥିଲା । ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ, ଆଇଜି ପାର୍କ ଅଞ୍ଚଳ ଓ କ୍ୟାପିଟାଲ ହସ୍ପିଟାଲ ଛକକୁ ସଫେଇ କର୍ମଚାରୀ ମାନେ ସଫା କରିଥିଲେ । ଆଫଟରନୁନ୍ କ୍ଲିନିନେସ୍ ଡ୍ରାଇଭ୍ ଆରମ୍ଭ ନେଇ ବିଏମସି ଟ୍ୱିଟ କରି ସୂଚନା ଦେଇଛି ।

Comments are closed.