Latest Odisha News

ଏସପି ଅଫିସ ସମ୍ମୁଖରେ ବସି ମଧ୍ୟାହ୍ନ ଭୋଜନ କଲେ ଆନ୍ଦୋଳନକାରୀ

ବରଗଡ଼: ବରଗଡ଼ରେ ଭୀମ ଆର୍ମି ଓଡ଼ିଶାର କର୍ମକର୍ତ୍ତାଙ୍କ ଅଭିନବ ପ୍ରତିବାଦ । ଏସପି ଅଫିସ ସମ୍ମୁଖ ରାସ୍ତାରେ ବସି ମଧ୍ୟାହ୍ନ ଭୋଜନ କଲେ ଆନ୍ଦୋଳନକାରୀ । ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଆନ୍ଦୋଳନକାରୀ । ବରଗଡ଼ ଏସପିଙ୍କ ଅନୁପସ୍ଥିତିକୁ ନେଇ ଆଜି ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଭୀମ ଆର୍ମି ।

ବରଗଡ଼ ଟାଉନ ମୁଖ୍ୟ ରାସ୍ତା ଉପରେ ଶହ ଶହ ମହିଳା ଓ ପୁରୁଷ ବସି ମଧ୍ୟାହ୍ନ ଭୋଜନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣାରେ ନ୍ୟାୟ ପ୍ରଦାନ ଦାବି ନେଇ ଆଜି ଏକ ବିଶାଳ ରାଲି ବାହାରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏସପିଙ୍କୁ ଭେଟିବା ପାଇଁ ଆନ୍ଦୋଳନକାରୀ ଆସିଥିବାବେଳେ ଏସପି ସମ୍ମୁଖକୁ ନଆସିବା ଘଟଣା ଯୋଗୁଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆନ୍ଦୋଳନ ପାଇଁ ରାସ୍ତାରେ ଗାଡ଼ି ମଟର ଚଳାଚଳ ଠପ୍ ହୋଇପଡ଼ିଛି । ଏସପି ଆସି ଜବାବ ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଭୀମ ଆର୍ମି ଓଡ଼ିଶା ରାଜ୍ୟ ସଭାପତି କହିଛନ୍ତି ।

Leave A Reply

Your email address will not be published.