Latest Odisha News

BREAKING NEWS

ଭାରତରେ ୪୦ ବର୍ଷରୁ ଅଧିକ ଏକ-ତୃତୀୟାଂଶ ପୁରୁଷ ଯୌନକଳାପରେ ଅକ୍ଷମ: ଏକ ଅଧ୍ୟୟନ

ନୂଆଦିଲ୍ଲୀ: ଭାରତରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ କ୍ଷେତ୍ରରେ ଏପେ ସାଧାରଣତଃ ଟେଷ୍ଟୋଷ୍ଟେରନ ଡ଼େଫିସିଏନ୍ସି ସିଣ୍ଟ୍ରୋମ୍ (ଟିଡ଼ିଏସ) ନାମକ ଏକ କାରକ ଯୌନ କ୍ରିଡ଼ା ଲାଗି ବାଧକ ସାଜିଥିବାର ଏକ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି ।

ନିକଟରେ ଗବେଷକଙ୍କ ଦ୍ୱାରା ଏନେଇ ସାର୍ ଗଙ୍ଗାରାମ ହସ୍ପିଟାଲରେ ଥିବା ପ୍ରାୟ ୭୪୫ ଜଣ ରୋଗୀଙ୍କୁ ଅଧ୍ୟୟନ କରାଯାଇଥିଲା । ଏହି ଗବେଷଣାରୁ ଜଣାପଡ଼ିଲା ଯେ, ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷଙ୍କଠାରେ କାମ ଉତ୍ତେଜନା ଅଭାବରୁ ଯୌନ ଅକ୍ଷମତା ପ୍ରକାଶ ପାଇଛି, ଏହା ହଶ୍ ପୋଷ୍ଟରେ ପ୍ରକାଶ ପାଇଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାଧାରଣତଃ ଏହି ପ୍ରକାର ରୋଗୀଙ୍କ ନିକଟରେ ପ୍ରାୟତଃ ଏକପ୍ରକାର ଲକ୍ଷଣ ପ୍ରକାଶ ପାଇଥାଏ । ଯୌନକ୍ରିଡ଼ା ସମୟରେ ଏହି ପୁରୁଷମାନେ ଶିଘ୍ର ପତ୍ତନର ଶିକାର ହୋଇଥାଆନ୍ତି ତଥା କାମୋତ୍ତେଜନା ସ୍ୱାଭାବିକ ଭାବେ ପ୍ରକାଶ ପାଇନଥାଏ ଫଳରେ ଏହି ରୋଗୀମାନେ ହତାଶ ହୋଇଥାଆନ୍ତି । ଅର୍ଥାତ୍ ଯୌନକ୍ରିଡ଼ାରେ ସ୍ୱାଭାବିକ ଖୁସି ପରିବର୍ତ୍ତେ ଅତ୍ୟନ୍ତ କମ୍ ଉପଭୋଗ୍ୟ ହୋଇଥାଏ ଏହି ରୋଗୀମାନଙ୍କର କାମୋତ୍ତେଜନା ।

ଏହାକୁ ସର୍ବେକ୍ଷଣ ତଥା ଗବେଷଣା କରୁଥିବା ଡ଼ାକ୍ତର ସୁଧୀର ଚନ୍ଦ୍ର କହନ୍ତି, ଏହି ରୋଗରେ ଟେଷ୍ଟୋଷ୍ଟେରନ ଡ଼େଫିସିଏନ୍ସି ସିଣ୍ଟ୍ରୋମ୍ (ଟିଡ଼ିଏସ) ସହିତ ଭିଟାମିନ ଡ଼ି, ମଧୁମେହ ରୋଗ ଏବଂ ହୃଦରୋଗ ବିଶେଷ ଭାବେ ପ୍ରଭାବିତ କରିଥାଏ ।

ଏହି ରୋଗର ମୂଳ କାରଣ ହିଁ ଟିଡ଼ିଏସ କାରଣ ୨୮.୯୯ ପ୍ରତିଶତ ବ୍ୟକ୍ତିବିଶେଷ ଏହି ରୋଗରେ ପୀଡ଼ିତ । ଅଧ୍ୟୟନ ଅନୁଯାୟୀ, ଭାରତରେ ୪୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରତି ତିନି ଜଣରେ ଜଣେ ବ୍ୟକ୍ତି ଏହି ଯୌନ ଅକ୍ଷମତାରେ ପୀଡ଼ିତ ।

ଅଧ୍ୟୟନ କରାଯାଇଛି ଯେ, ନିଯୁକ୍ତି ଜନିତ ମାନସିକ ଚାପ ହିଁ ଏହି ବୟସରେ ଅଧିକ ମାତ୍ରାରେ ଏହି ରୋଗ ଜନ୍ମାଇବାରେ ସାହାଯ୍ୟ କରିଥାଏ । ଏହି ରୋଗର ଅନ୍ୟ ଯେଉଁ କାରଣ ଗୁଡ଼ିକ ରହିଛି ସେଗୁଡ଼ିକ ହେଲା ମଦ୍ୟପାନ ତଥା ଅଧିକମାତ୍ରାରେ ଧୂମପାନ । ଅଧ୍ୟୟନ ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ସମୟ ଅଭାବରୁ ଅଧିକ ମିଳନ କରିପାରୁନଥିବା ଜନିତ ମାନସିକ ଅଶାନ୍ତି ମଧ୍ୟ ଏହି ରୋଗ ଆଡ଼କୁ ଟାଣିନେଇଥାଏ ।

ଏହି ଅଧ୍ୟୟନରେ ଜଣାପଡ଼ିଛି ଯେ, ସାଧାରଣତଃ ଭାରତର ମେଟ୍ରୋ ପଲିଟାନ ସହରଗୁଡ଼ିକରେ ପୁରୁଷମାନେ ଅଧିକମାତ୍ରାରେ ଏହି ରୋଗର ଶିକାର ହୋଇଥାଆନ୍ତିି ।

Leave A Reply

Your email address will not be published.