Latest Odisha News

ମା ହେବେ ନେହା? ପତି ରୋହନଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ଗାୟିକା ନେହା କକ୍କଡଙ୍କ ଗର୍ଭଧାରଣକୁ ନେଇ ବହୁତ କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ, ସେ ନିଜ ବେବି ବମ୍ପ୍‌ର ଫଟୋ ସହିତ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଥିଲେ। କିନ୍ତୁ ପରେ ଏହା ଏକ ଗୀତ ସୁଟିଂର ଏକ ଚରିତ୍ର ଥିଲା ବୋଲି ଜଣାପଡ଼ିଥିଲା।  ବର୍ତ୍ତମାନ ପୁଣି ଥରେ, ପ୍ରଶଂସକମାନେ ଜାଣିବାକୁ ବେଶ୍‌ ଉତ୍କାଣ୍ଠାର ଚାହିଁ ରହିଛନ୍ତି ଯେ ନେହା ଗର୍ଭବତୀ ଅଛନ୍ତି ନା ନାହିଁ। ତେବେ ଏନେଇ ନେହାଙ୍କ ପତି ରୋହନପ୍ରୀତ ବଡ଼ ଖୁଲାସା କରିଛନ୍ତି।

ୟୁଟ୍ୟୁବରେ କକ୍କଡ ପରିବାରର ନୂଆ ସୋ ‘ଲାଇଫ୍ ଅଫ୍ କକ୍କଡ ପ୍ରଥମ ଏପିସୋଡରେ ସେମାନେ ଏହି ପ୍ରସଙ୍ଗକୁ ସମାଧାନ କରିଥିଲେ, ଏବଂ ନେହା ଗର୍ଭବତୀ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ କରିଥିଲେ।

ରୋହନପ୍ରୀତ କହିଛନ୍ତି, “ହମ୍ ଦୋନୋ କୋ ବହତ୍‌ ମସ୍ତି କର୍‌ନି ହୈ, ବହତ୍‌ ହୀ ଏନ୍‌ଜଏ କର୍‌ନି ହୈ, ବହତ୍‌  ମଜା କର୍‌ନି ହୖ”।

ନେହା ଆହୁରି ମଧ୍ୟ କହିଛନ୍ତି ଯେ ସେ ବୃତ୍ତିଗତ ଜୀବନକୁ ବହୁତ ବ୍ୟସ୍ତ ଅଛନ୍ତି। ଏସବୁ ପାଇଁ ଅନେକ ସମୟ ବାକି ଅଛି। ଏଥିପାଇଁ ଅନ୍ତତଃ ପକ୍ଷେ ୨ରୁ ୩ ବର୍ଷ ସମୟ ଲାଗିପାରେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.