Latest Odisha News

ପ୍ରଦୂଷଣରେ ବେହାଲ ପାକିସ୍ତାନ

ନୂଆଦିଲ୍ଲୀ: ପ୍ରଦୂଷଣ ହେତୁ ପାକିସ୍ତାନର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଲାହୋର ସମେତ ଅନେକ ସହରରେ ଲୋକମାନେ ନିଶ୍ୱାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ପ୍ରଦୂଷଣ ଦୃଷ୍ଟିରୁ ଲାହୋର ସହର ଦୁନିଆର ସବୁଠାରୁ ଖରାପ ସହର ତାଲିକାରେ ରହିଛି।

ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ କ୍ରମାଗତ ଭାବରେ କାଶ ଓ ଅଣନିଶ୍ବାସୀ ଅନୁଭବ କରୁଛନ୍ତି। ସେମାନେ ସଠିକ୍ ଭାବରେ ନିଶ୍ୱାସ ନେଇପାରୁ ନାହାଁନ୍ତି। ସେମାନେ ଏହା ମଧ୍ୟ କହିଛନ୍ତି ଯେ ଆମେ ଭାବୁଥିଲୁ ଏହି ଲକ୍ଷଣ ବୋଧହୁଏ କରୋନା ଯୋଗୁ ହୋଇଥାଇପାରେ। କିନ୍ତୁ ଡାକ୍ତରମାନେ ଆମକୁ ଧୂଆଁ ଯୋଗୁଁ ସେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କହିଥିଲେ। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ କରୋନାକୁ ଏଡାଇବା ପାଇଁ ମାସ୍କ ପିନ୍ଧୁଥିଲେ କିନ୍ତୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ମାସ୍କ ପିନ୍ଧିବାକୁ ପଡିବ ବୋଲି ସେମାନେ ଅନୁଭବ କରିଛନ୍ତି। ଏହାକୁ ପିନ୍ଧିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିବା ସେମାନେ କହିଛନ୍ତି।

Comments are closed.