Latest Odisha News

ଆର୍ଯ୍ୟନ ଏବଂ ସହଯୋଗୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ନାହିଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ମୁମ୍ବାଇ ହାଇକୋର୍ଟ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ଶୁଣାଣୀ ବେଳେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆର୍ଯ୍ୟନ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ସେଭଳି କୌଣସି ମଜଭୁତ ପ୍ରମାଣ ନାହିଁ । ଜାମିନ ଆଦେଶ ସହ କୋର୍ଟ ୧୪ ପୃଷ୍ଠାର ନିର୍ଦ୍ଦେଶ ଦେବା ବେଳେ କହିଛନ୍ତି କୋର୍ଟରେ କୌଣସି ଅନରେକର୍ଡ ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ । ସେହିପରି ଆବେଦନକାରୀଙ୍କ ବିରୋଧରେ ଷଡଯନ୍ତ୍ର ରଚିବା ପାଇଁ ପ୍ରମାଣ ଆକାରରେ ମୌଳିକ କଥା ଆବଶ୍ୟକ । ଯାହା କି ନ ଥିଲା ବୋଲି କୋର୍ଟ କହିଛନ୍ତି ।

ଅରବାଜ ମର୍ଚ୍ଚାଂଟ, ମୁନମୁନ ଧମାଚା ଓ ଆର୍ଯ୍ୟନ ଏକତ୍ର କ୍ରୁଜରେ ଯାଇଥିବାର ଅର୍ଥ ନୁହେଁ ଯେ ସେମାନେ କୌଣସି ବେଆଇନ କାର୍ଯ୍ୟ କରିବାକୁ ଯାଇଥିଲେ ବା ଯୋଜନା କରିଥିଲେ । ହ୍ୱାଟସଆପ ଚାଟରୁ ସେଭଳି କୌଣସି ପ୍ରମାଣ କୋର୍ଟ ପାଖରେ ଉପସ୍ଥାପନ କରାଯାଇନି । ଏନସିବି ଅଧିକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିବା ବୟାନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି ।

Comments are closed.