Latest Odisha News

BREAKING NEWS

ଭାଲୁ ଓ ବାରାହା ଶିକାରରେ ୮ଜଣ ଗିରଫ, ଟ୍ରାକ୍ଟର ଓ ବୋମା ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ବାରାହା ଓ ଭାଲୁ ଶିକାରକୁ ନେଇ ୮ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଏହାସହ ଶିକାରରେ ବ୍ୟବହୃତ ହୋଇଥିବା ତାର ଓ ଟ୍ରାକ୍ଟରକୁ ଜବତ କରିଛି ବନ ବିଭାଗ ।

ସୂଚନା ଅନୁସାରେ, ତେଲକୋଇ ଶିକାରୀମାନଙ୍କ ଉପରେ ଗତକାଲିଠାରୁ ବନ ବିଭାଗର ଦୁଇଟି ସ୍କ୍ୱାର୍ଡ଼ ଟିମ୍ ପୃଥକଭାବେ ନଜର ରଖିଥିଲା । ବିମଳା ଫରେଷ୍ଟ ଅଧୀନ ଗୋଳାଗାଡ଼ିଆ ଗାଁ ପାଖରେ ବୋମା ସାହାଯ୍ୟରେ ଏକ ବାରହା ଶିକାର କରାଯାଉଥିବା ବନ ବିଭାଗ ଖବର ପାଇଥିଲା । ଗୋଟିଏ ସ୍କ୍ୱାର୍ଡ଼ ଚଢ଼ାଉ କରି ବାରହା ମାଂସ ଓ ବୋମା ଜବତ କରିଛି । ଗୋଳାଗାଡ଼ିଆ ଗାଁର ଗୁରୁଚରଣ ନାୟକ, ଲୁଲୁ ମୁଣ୍ଡା ଓ ଦେଉଳଡ଼ିହା ଗାଁର ୧୭ବର୍ଷର ନାବାଳକ ସୁରେଶ ମୁଣ୍ଡା ଓ ବାଲିଶ୍ୱର ଗାଁର କ୍ଷୀରୋଦ ନାୟକଙ୍କୁ ଗିରଫ କରାଯାଇଛି ।

ତେବେ ଏକ ମୃତ ଭାଲୁକୁ କିଛି ଲୋକ ବିଞ୍ଝାବାହାଳ ନେଉଥିବାବେଳେ ଟ୍ରାକ୍ଟରକୁ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଥିଲା ଆଉ ଏକ ସ୍କ୍ୱାର୍ଡ଼ । ବିଞ୍ଝାବାହାଳ ଗାଁର କାର୍ତ୍ତିକା ସାହୁ, ବୀରକିଶୋର ସାହୁ, କଣ୍ଟାବାହାଳ ଗାଁର କାହ୍ନୁ ଜୁଆଙ୍ଗ, ଜଗମୋହନପୁର ଗାଁର ହାବିଲ ମୁଣ୍ଡାଙ୍କୁ ଗିରଫ କରାଯାଇଛି । ଜଙ୍ଗଲରେ ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ଭାଲୁଟି ଲାଗି ମୃତ୍ୟୁମୁଖରେ ପଡ଼ିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.