Latest Odisha News

BREAKING NEWS

[ଭିଡ଼ିଓ] ସରିଲା ଧର୍ମର ମାସ କାର୍ତ୍ତିକ ମାସ.. ଆଜି ଛାଡଖାଇ

ଭୁବନେଶ୍ୱର: କାର୍ତ୍ତିକ ମାସ ସରିଲା । ଆଜି ହେଉଛି ଛାଡ଼ଖାଇ । କାର୍ତ୍ତିକ ମାସ ଯାକ ହବିଷ ଖାଇଥିବା ଲୋକେ ଆଜି ଛାଡ଼ଖାଇ ପାଳନ କରୁଛନ୍ତି । ମାସେ ଯାଏଁ ମାଛ ମାଂସ ଖାଇନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ଆମିଷ ଭୋଜନ ହେବ । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି ।  ଏଥର ଛାଡ଼ଖାଇରେ ଲୋକଙ୍କ ମନରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇ ନାହିଁ । ଏହାଛଡ଼ା ବେପାର ମାନ୍ଦା ଥିବାରୁ  ଆମିଷ ବ୍ୟବସାୟୀ ବି ଖୁସି ନାହିଁ ।

ଆସନ୍ତାକାଲିକୁ ଅପେକ୍ଷା କରିଛନ୍ତି ବେପାରୀ। କାଲି ରବିବାର ହୋଇଥିବାରୁ ଭଲ ବ୍ୟବସାୟ ହେବ ଏବଂ ରୋଜଗାର ହେବ ବେପାରୀ ଆଶା ରଖିଛନ୍ତି । ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।

ସେହିପରି ନଦୀ କଣ୍ଟିଆ ୩୨୦ଟଙ୍କା, ପୋହଳା ମାଛ ୨ଶହ ଟଙ୍କା, ପାମ୍ପଲେଟ ୩୫୦ ଟଙ୍କା ହୋଇଥିବା ବେଳେ କଙ୍କଡା ୨ଶହରୁ ୧୪ଶହ ଟଙ୍କାରେ ବିକ୍ରି ହେଉଛି ।
Leave A Reply

Your email address will not be published.