Latest Odisha News

BREAKING NEWS

‘ଅନୁପମା’ ଆକ୍ଟର ମାଧବୀ ଗୋଗ୍‌ଟେଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ରେ ରୁପାଲି ଗାଙ୍ଗୁଲିଙ୍କ ମାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ମାଧବୀ ଗୋଗ୍‌ଟେଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ସେ କରୋନା ଆକ୍ରାନ୍ତ ଥିଲେ। ସେ ନଭେମ୍ବର ୨୧ରେ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।

ମାଧବୀ ସିରିୟଲ୍ ‘କହିଁ ତୋ ହୋଗା’ରେ ନିଭେଇ ଥିବା ଚରିତ୍ର ପାଇଁ ବେଶ୍‌ ଜଣାଶୁଣା। ରୁପାଲି ଗାଙ୍ଗୁଲି ତାଙ୍କ ଇନଷ୍ଟାଗ୍ରାମରେ ଏକ ବାର୍ତ୍ତା ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଖବର ଅନୁଯାୟୀ, କରୋନା ଆକ୍ରାନ୍ତ ହେବା ପରେ ମାଧବୀଙ୍କ ଅବସ୍ଥା ଗୁରୁତର ଥିଲା।

Comments are closed.