ନୂଆପଡା : ଭିଜିଲାନ୍ସ ଜାଲରେ ICDSର ସୁପର ଭାଇଜର । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚାଟିଆଗୁଡା ସେକ୍ଟର ସୁପରଭାଇଜର ହର୍ଶମଣୀ ଦେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି କରାଇ ଦେବା ପାଇଁ କହି ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ପ୍ରଥମେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଓ ପରେ ସେ ଲାଞ୍ଚ କମାଇ ୮୦ ହଜାର ଟଙ୍କା ନେବା ପାଇଁ ରାଜି ହୋଇଥିଲେ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ସୁପଭାଇଜର ଖଡିଆଳ ଥାନା ଅଁଳାଭଟା ଗାଁର ହୋଇଥିବା ବେଳେ ଖଡିଆଳରେ ସେ ଭଡା ରହୁଥିଲେ । ସିନାପାଲି ଅଫିସ୍ ଓ ଖଡିଆଳ ଭଡାଘର ସମେତ ୩ ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି ।
BREAKING NEWS
- Homi Bhabha Cancer Hospital:ଜଟଣୀରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଅତିରିକ୍ତ ଅର୍ଥ ଯୋଗାଇବେ ରାଜ୍ୟ ସରକାର;ପୂର୍ବ ଭାରତର ରୋଗୀ ହେବେ ଉପକୃତ
- Jharsuguda–Bhubaneswar Flights: ଝାରସୁଗୁଡ଼ାରୁ ଭୁବନେଶ୍ୱର-ହାଇଦ୍ରାବାଦକୁ ବିମାନ ସେବା ଏହି ତାରିଖ ଯାଏଁ ବନ୍ଦ…ଜାଣନ୍ତୁ କାରଣ
- ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ
- MMDR ବିଲକୁ ବିରୋଧୀଙ୍କ ବିରୋଧ: ଜବାବ ରଖିଲେ ଖଣିମନ୍ତ୍ରୀ
- ୟୁ.ଏସ୍. ଓପନ୍: ୪୬ ବର୍ଷୀୟା ଭେନସଙ୍କୁ ୱାଇଲ୍ଡ କାର୍ଡ; ସେରେନାଙ୍କ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ !
- Dowry-free Odisha:’ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’
- ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ: ୪୦୦ରୁ ଅଧିକ ଅଟୋର ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ
- ପୁରୁଷ ହକି ୱାର୍ଲ୍ଡ କପ୍ ୨୦୨୬: ପାକିସ୍ତାନକୁ ୫-୩ ଗୋଲ୍ରେ ହରାଇ ଟପ-୮ ରେ ଭାରତ
- ବନ୍ୟା ଆଶଙ୍କା: ବାଲେଶ୍ୱରରେ ବଢ଼ିବ ଜଳସ୍ତର, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ
- ଦାରା ସିଂହଙ୍କ ଆଗୁଆ ଖଲାସ ଆବେଦନ: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

Comments are closed.