Latest Odisha News

BREAKING NEWS

କଳାହାଣ୍ଡିରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଶ୍ରୀପାଳି ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତ ମହିଳାଙ୍କ ନାମ ବନିତା ପୋଢ଼ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣକ ତାଙ୍କ ଛୋଟ ଝିଅ ସହିତ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଏହି ସମୟରେ ହାତୀଟି ସମ୍ପୃକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲା ।

ସୌଭାଗ୍ୟବଶତଃ ତାଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଥିବା ନେଇ ଜଣାପଡିଛି ।

ଖବର ପାଇ ନର୍ଲା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.