Latest Odisha News

BREAKING NEWS

କୋଭିଡ୍ ଭାରିଆଣ୍ଟ ପରିବର୍ତ୍ତନ କଲେ ବିପଦ ଆସିପାରେ ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ଦେଶରେ ଏବେ କରୋନା ସଂକ୍ରମଣ ହାର କମ୍ ରହୁଥିବା ବେଳେ ରାଜ୍ୟରେ ସଂକ୍ରମଣ କମ୍ ରହିଛି।ତେବେ ଏହା ଯେମିତି ଆଗକୁ ଆହୁରୀ କମିବ ସେନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଆଖ ପାଖ ଦେଶରୁ ଆମ ଦେଶକୁ କରୋନା ସଂକ୍ରମଣ ଆସିବା କାରଣରୁ ଦେଶ ପ୍ରଭାବିତ ହେଉଥିଲା। ହେଲେ ଏବେ ସଂକ୍ରମଣ ଅଧିକ ଥିବା ଦେଶ ଗୁଡିକ ଉପରେ ଯାତାୟତ କରିବା ଉପରେ କଟକଣା ଲାଗିବରୁ ସଂକ୍ରମଣ ହ୍ରାସ ପାଇଛି।ବିଶେଷଜ୍ଞ ମାନେ କହିଛନ୍ତି କି , ସଂକ୍ରମଣ କମ୍ ହେବା କାରଣରୁ ଏଣ୍ଡୋମିକ୍ ଆଡକୁ ଗତି କରୁଛି କରୋନା ।ତେବେ କୋଭିଡ୍ ଯଦି ନିଜ ଭାରିଆଣ୍ଟ ପରିବର୍ତ୍ତନ କରେ ତେବେ ବିପଦ ଆସିପାରୋ

। ବିଦେଶରେ ନୂଆ ଭାରିଆଣ୍ଟ ଆସିନଥିବାରୁ ଓଡ଼ିଶାରେ ଏବେ ସଂକ୍ରମଣ କମ ରହିଛି। ନୂଆ ଭାରିଆଣ୍ଟ ବିଷୟରେ ଜାଣିବା ପାଇଁ ନିରନ୍ତର ପରୀକ୍ଷା କରାଯାଉଛି। ଆମେ ପ୍ରତିଦିନ ଟେଷ୍ଟିଙ୍ଗ କରୁଛୁ ଏବଂ ପଜିଟିଭିଟି ସଂଖ୍ୟା ଉପରେ ନଜର ରଖୁଛୁ। ଶିକ୍ଷାନୁଷ୍ଠାନରେ ଏବେ କୋଭିଡ କଟକଣା କଡାକଡି କରାଯାଇଥିବା ସହ ଆମର ପ୍ରତି ଅଞ୍ଚଳରେ ସର୍ଭିଲାନ୍ସ ଟିମ ରହିଛି।

ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଗୋଟେ ମାସର ସଂକ୍ରମିତଙ୍କ ସଂଖ୍ୟା ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ, ଏବେ ଡାକ୍ତରଖାନାରେ ରୋଗୀ ସଂଖ୍ୟା କମୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ କମୁଛି।ସୁନ୍ଦରଗଡ଼ରେ ୫୦ରୁ ଅଧିକ ସଂକ୍ରମଣ ହେବା ତୃତୀୟ ଲହର ନୁହେଁ, ଏହା ଏକ ଘଟଣା ମାତ୍ର। ସ୍କୁଲ ଖୋଲିବା ସହ ପିଲାମାନଙ୍କ ପାଇଁ ଶିକ୍ଷା ଆବଶ୍ୟକ। ଯେଉଁମାନଙ୍କର କରୋନା ଲକ୍ଷଣ ରହୁଛି ସେମାନେ ସ୍କୁଲ ନଆସନ୍ତୁ।

Comments are closed.