Latest Odisha News

ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର

ନୂଆଦିଲ୍ଲୀ : ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ କନଷ୍ଟିଚ୍ୟୁସନାଲ କ୍ଲବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରତିବର୍ଷ ଓଡ଼ିଶାରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ପଲ୍ଲୀବାଣୀ ମିଶନ ପକ୍ଷରୁ ସମ୍ମାନିତ କରାଯାଏ । ଦିଲ୍ଲୀରେ ପ୍ରକାଶ ପାଉଥିବା ପତ୍ରିକା ମାନଙ୍କ ମଧ୍ୟରେ ପଲ୍ଲୀବାଣୀ ଅନ୍ୟତମ । ସାମ୍ବାଦିକତା କ୍ଷେତ୍ରରେ ଉତ୍କୃଷ୍ଠତା ହାସଲ କରିଥିବା ୩ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଉତ୍କଳ ମେଲର ସମ୍ପାଦକ ପୀତବାସ ମିଶ୍ର, କନକ ନ୍ୟୁଜର ସମ୍ପାଦକ ମନୋରଞ୍ଜନ ମିଶ୍ର, ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଉପ ଆବାସିକ ସମ୍ପାଦକ ଶିବ କୁମାର ମହାନ୍ତି, ଓଡ଼ିଶା ବାଇଟ୍ସର ସମ୍ପାଦକ ସନ୍ଦୀପ ମିଶ୍ର, ମାସ୍ କମ୍ୟୁନିକେସନ ବିଭାଗର ପ୍ରଫେସର ମିହିର ରଞ୍ଜନ ପାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ କଞ୍ଚନ ଗୁପ୍ତା, ବରିଷ୍ଠ ସାମ୍ବାଦିକ ରସିଦ୍ କିଦ୍ବାଇ, ସୁନେତ୍ରା ଚୌଧୁରୀ, ପଲ୍ଲିବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସ୍ବାଗତ ଭାଷଣ ଦେଇଥିଲେ ।

Leave A Reply

Your email address will not be published.