Latest Odisha News

BREAKING NEWS

କୋର୍ଟ ମନା କରିବା ସତ୍ୱେ ପୁନର୍ବାର ୱାଙ୍ଖେଡଙ୍କ ବିପକ୍ଷରେ ମୁହଁ ଖୋଲିଲେ ନୱାବ

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକ ଓ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କୁ ନେଇ ବିବାଦ ଥମିବାର ନାମ ଧରୁନି । ଗୁରୁବାର ମାଲିକ ଅଭିଯୋଗ କରିଛନ୍ତି ଯେ, ୱାଙ୍ଖେଡଙ୍କ ମାଆ ଜାହିଦାଙ୍କ ନାମରେ ପରେ ୨ଟି ମୃତ୍ୟୁ ପ୍ରମାଣପତ୍ର ରହିଛି । ଗୋଟିକରେ ହିନ୍ଦୁ ଏବଂ ଅନ୍ୟଟିରେ ମୁସଲମାନ ବୋଲି ଉଲ୍ଲେଖ ରହିଛି । ମୁମ୍ବାଇର ଆଶିୟାନ କବରସ୍ତାନରେ ତାଙ୍କୁ କବର ଦିଆଯାଇଥିବା ସାର୍ଟିଫିକେଟ ମୋ ପାଖରେ ରହିଛି ବୋଲି ମଲିକ କହିଛନ୍ତି । ସେ ୨ଟି ଯାକ ମୃତ୍ୟୁ ପ୍ରମାଣପତ୍ର ଟୁଇଟରରେ ଛାଡିଛନ୍ତି ।

ସମୀର ମୁସଲାମନ ଭାବେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଏସସି ସାର୍ଟିଫିକେଟ ଦେଇ କେନ୍ଦ୍ର ସରକାର ଚାକିରୀ ହାତେଇଛନ୍ତି ବୋଲି ନୱାବ ଅଭିଯୋଗ କରି ଆସୁଛନ୍ତି । ବମ୍ବେ ହାଇକୋର୍ଟ ସମୀର କିମ୍ବା ତାଙ୍କ ପରିବାରବର୍ଗଙ୍କ ବିରୋଧରେ ୯ ଡିସେମ୍ବର ପର୍ଯ୍ୟନ୍ତ କୌଣସି ବିବାଦୀୟ ଟୁଇଟ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ନୱାବ ଏହାକୁ ବେଖାତିର କରି ଉପରୋକ୍ତ ଟୁଇଟ କରିଛନ୍ତି ।

Leave A Reply

Your email address will not be published.