Latest Odisha News

ପର୍ଣ୍ଣୋଗ୍ରାଫି ମାମଲାରେ ରାଜ୍‌ଙ୍କୁ ଝଟ୍‌କା; ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ଅଶ୍ଳୀଳ ଭିଡିଓ ନିର୍ମାଣ ଓ ପ୍ରସାରଣ ମାମଲାରେ ସମ୍ପୃକ୍ତ ଥିବ‌ା ରାଜଙ୍କ ଜାମିନ ଆବେଦନକୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ରାଜଙ୍କ ସହ ଅନ୍ୟ ୬ ଜଣଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିରେ ଶେର୍ଲିନ୍ ଚୋପ୍ରା ଏବଂ ପୁଣମ୍ ପାଣ୍ଡେଙ୍କ ନାମ ଅନ୍ତର୍ଭୁକ୍ତ। ଏହି ମାମଲାରେ ଅନ୍ୟ ତିନିଜଣ ହେଉଛନ୍ତି ଉମେଶ କାମାତ୍‌, ସୁଭୋଜିତ୍‌ ‌ଚୌଧୁରୀ ଏବଂ ସାମ୍ ଅହମ୍ମଦ।

କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁନ୍ଦ୍ରା କହିଛନ୍ତି ଯେ ଭିଡିଓଗୁଡ଼ିକ ଯୌନ ସମ୍ବନ୍ଧୀୟ କିନ୍ତୁ କୌଣସି ଶାରୀରିକ କିମ୍ବା ଯୌନ କାର୍ଯ୍ୟକଳାପ ଦେଖାଯାଏ ନାହିଁ। ସେ କହିଛନ୍ତି ଯେ ସେ ଏଭଳି ଭିଡିଓ ତିଆରି କିମ୍ବା ପ୍ରସାରଣରେ ଜଡିତ ନୁହଁନ୍ତି। ଏହି ମାମଲାରେ ତାଙ୍କୁ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି ସେ ଦାବି କରିଛନ୍ତି।

ଭାରତୀୟ ଦଣ୍ଡ ସଂହିତା ର ଧାରା ୨୯୨, ୨୯୩ ଏବଂ ଆଇଟି ଆକ୍ଟର ଧାରା ୬୬ଇ, ୬୭, ୬୭ଏ ଅଧୀନରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଶ୍ଳୀଳ ଭିଡିଓ ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଚଳିତ ବର୍ଷ ଜୁଲାଇରେ ଗିରଫ କରାଯାଇଥିଲା।

Comments are closed.