Latest Odisha News

BREAKING NEWS

ସକାଳୁ ଭୂକମ୍ପର ଝଟକା

ଦିଲ୍ଲୀ: ସକାଳୁ ଭୂକମ୍ପର ଝଟକା । ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମିଆଁମାର ଓ ଭାରତ ସୀମାରେ ଆଜି ସକାଳୁ ଅନୁଭୂବ ହୋଇଥିଲା ଭୂକମ୍ପ ଝଟକା । ଏହି ଭୂକମ୍ପ ଝଟକା ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି । ଏଠାରେ ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ଥିବା ଜଣାପଡ଼ିଛି ।

ଏହି ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇନାହିଁ । ୟୁରୋପିଆନ୍ ମେଡ଼ିଟେରାଆନ୍ ସିସ୍ମୋଲୋଜିକାଲ ସେଣ୍ଟରର ସୂଚନା ଅନୁସାରେ, ଏହି ଭୂକମ୍ପର କେନ୍ଦ୍ର ମିଜୋରାମର ଥେନଜୋଲଠାରୁ ୭୩ କିଲୋମିଟର ଦକ୍ଷିଣ ପୂର୍ବରେ ଭାରତ-ମିଆଁମାର ସୀମା ନିକଟରେ ଥିଲା । ଭାରତର ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ଅନୁଭୂତ ହୋଇଥିଲା ଏହି ଭୂକମ୍ପର ଝଟକା । ମିଜୋରାମରେ ମଧ୍ୟ ଅନୁଭୂତି ହୋଇଥିଲା ଭୂକମ୍ପ ଝଟକା ।

Leave A Reply

Your email address will not be published.