Latest Odisha News

ରାଜ୍ୟରେ ୪କୋଟି ୨୫ଲକ୍ଷ କୋଭିଡ଼ ଟିକା ଦିଆଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪କୋଟି ୨୫ଲକ୍ଷ ଡ଼ୋଜ କୋଭିଡ଼ ଟିକା ଦିଆଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ମଧ୍ୟରୁ ୮୫ପ୍ରତିଶତ ପ୍ରଥମ ଡ଼ୋଜ । ଏବଂ ୪୬ ପ୍ରତିଶତ ହେଉଛି ଦ୍ୱିତୀୟ ଡ଼ୋଜ୍ ଟିକା ନେଇଛନ୍ତି । ଶିଶୁଙ୍କୁ ଟିକାକରଣରେ ଦେଶର ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା ।

ରାଜ୍ୟର ୯୦.୫ ପ୍ରତିଶତ ଶିଶୁ ନେଇଛନ୍ତି ଉଭୟ ଟିକା । ରାଜ୍ୟରେ ଟିକାକରଣକୁ ମଧ୍ୟ ପ୍ରଶଂସା କରିଛି କେନ୍ଦ୍ର । କେନ୍ଦ୍ରର ଯୁଗ୍ମ ସଚିବ ଗାୟତ୍ରୀ ମିଶ୍ର ଓଡ଼ିଶାରେ ଟିକାକରଣ ବୁଲି ଦେଖିଛନ୍ତି । ସେହିଭଳି ୯୨.୨ ପ୍ରତିଶତ ହୋଇଛି ଆନୁଷ୍ଠାନିକ ପ୍ରସବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଦର୍ଶାଯାଇଛି । ଶିଶୁ ମୃତ୍ୟୁ ହାର କମାଇବାରେ ମଧ୍ୟ ଓଡ଼ିଶା ୧ନମ୍ବର ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.