Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୯ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧାମୂରତି ଶ୍ରୀ ଜଗନ୍ନାଥ ରତ୍ନବେଦୀରେ ବିରାଜମାନ କରି ଭକ୍ତଙ୍କ ମନ ମୋହୁଛନ୍ତି, ବେଦୀର ଦକ୍ଷିଣରେ ଶ୍ରୀବଳଭଦ୍ର, ମଧ୍ୟରେ ମା ସୁଭଦ୍ରା, ଉତ୍ତର ପାର୍ଶ୍ଵରେ ଶ୍ରୀଜଗନ୍ନାଥ । ପୁଣି ଟିକିଏ ଉତ୍ତରକୁ ଶ୍ରୀ ସୁଦର୍ଶନଙ୍କ ବିଗ୍ରହ ଦୃଷ୍ଟି ଗୋଚର ହୁଅନ୍ତି । ତେବେ ଏ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରହସ୍ୟ କ’ଣ?

ସନ୍ଥ ବଳରାମ ଦାସ ରଚିତ “ଗୁପ୍ତଗୀତା “କହେ ଏମାନେ ଚାରିବେଦ ଅର୍ଥାତ ସମସ୍ତ ଜ୍ଞାନର ସମାହାର
“ବଳଭଦ୍ର ଯେ ସାମ ହୋଇ,
ଋଗ ଯେ ସୁଭଦ୍ରା ଅଟଇ
ଯଜୁର୍ବେଦ ଶ୍ରୀଜଗନ୍ନାଥ,
ଅଥର୍ବ ସୁଦର୍ଶନ ପାର୍ଥ ।”

ଖାଲି କ’ଣ ଏତିକି ? ଚାରିବର୍ଣ୍ଣ , ଚାରି ଆଶ୍ରମ, ମଣିଷର ଚାରି ଅବସ୍ଥା (ଶୈଶବ, କୌମର, ପ୍ରୋଢ଼, ବାର୍ଦ୍ଧକ୍ୟ ) । ମନର ଚାରି ଅବସ୍ଥା (ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି ଓ ତୁରୀୟ ),ଯୋଗଶାସ୍ତ୍ର ଅନୁସାରେ ମନର ଚାରି ଅବସ୍ଥା ହେଲା (ମୂଢ଼, କ୍ଷିପ୍ତ, ବିକ୍ଷିପ୍ତ ଓ ଏକାଗ୍ର ). । ସବୁକିଛି ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ସ୍ୱରୂପ ସହ ଜଡିତ ନହେଲେ ମଧ୍ୟ, ଜଗନ୍ନାଥ ଚେତନା ସହ ଜଡିତ ଅଟେ ।

ଶେଷରେ ଚତୃବର୍ଗ ଅର୍ଥାତ ଧର୍ମ, ଅର୍ଥ, କାମ ଓ, ମୋକ୍ଷ ବି ଶ୍ରୀ ଜଗନ୍ନାଥଙ୍କ କୃପାରୁ ଲାଭ ହୁଏ । ଆସନ୍ତୁ ତେବେ ଜାଣିବା, ଚିହ୍ନିବା ଆମ ପ୍ରଭୁଙ୍କୁ ତାଙ୍କ ରୂପ ରଙ୍ଗକୁ ବିଶ୍ଳେଷଣ କରି ।

“ନୀଳାଭ୍ର ଶ୍ୟାମଲଂ ବିଷ୍ଣୁ,
ଶଙ୍ଖେନ୍ଦୁ ଧବଳମ ବଲମ.,
ରକ୍ତମ ସୁଦର୍ଶନ ଚକ୍ରଂ,
ସୁଭଦ୍ରା କୁଙ୍କୁମ ଅରୁଣାମ ।”

ମୂର୍ତ୍ତି ଚାରି, ଚେତନା ଏକ । ଜୟ ଜଗନ୍ନାଥ

Leave A Reply

Your email address will not be published.