Latest Odisha News

BREAKING NEWS

ସନ୍ଦେହ ଘେରରେ ଭାରତ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ: କରୋନାର ନୂତନ ଭ୍ୟାରିଆଂଟ ବି.୧.୧.୫୨୯ ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇଛି । ବୈଜ୍ଞାନିକମାନେ ଏହାକୁ ସବୁଠାରୁ ଘାତକ ବୋଲି ବିବେଚନା କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ଭ୍ୟାରିଆଂଟ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଭାରତ କ୍ରିକେଟ ଟିମ ଡିସେମ୍ବର ୧୭ରୁ ଏଠାରେ ସିରିଜ ଖେଳିବ ।

ଡିସେମ୍ବର ୮ରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ ରହିଛି । ବର୍ତମାନ ଏହି ଗସ୍ତ ନେଇ ସଂଶୟ ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ଏ ନେଇ କିଭଳି ନିଷ୍ପତି ନେଉଛି ତାହାକୁ ବିସିସିଆଇ ଅପେକ୍ଷା କରିଛି । ସେଠାରେ ଏବେ ଭାରତ ଏ ଦଳ ସିରିଜ ଖେଳୁଥିବାରୁ ସେମାନଙ୍କ ମଧ୍ୟରୁ କିଛି ଖେଳାଳିଙ୍କୁ ରଖିବା ପାଇଁ ଯୋଜନା ଚାଲିଛି ।

Leave A Reply

Your email address will not be published.