Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଭାରତ ବନାମ ଇଣ୍ଡିଆର ଲୋକ

ଭାରତର ଲୋକ : ଆମକୁ ଗାଆଁରେ
ମିଳୁନି ଭଲ ପିଇବା ପାଣି!
ଇଣ୍ଡିଆର ଲୋକ : ତା ହେଲେ ପିଉନ
ମିନେରାଲ ପାଣି ବୋତଲ ଆଣି!!

ଭାରତର ଲୋକ: ତୈଳଦର ବୃଦ୍ଧି
ସତରେ ଭାଆରି ବାଧୁଛି !
ଇଣ୍ଡିଆର ଲୋକ: ଜାଣି ପାରୁନ ଚୀନ୍ ଓ
ପାକିସ୍ଥାନକୁ ଆମ ସେନା କେତେ ନାଦୁଛି !!

ଭାରତର ଲୋକ: ଗ୍ୟାସଟାଙ୍କି ସରିଯିବାରୁ
ମୋ ସ୍ତ୍ରୀ ଘରଛାଡି ପଳେଇଛି!
ଇଣ୍ଡିଆର ଲୋକ: ତ ଗାର୍ଲଫ୍ରେଣ୍ଡକୁ ଧରି
ହୋଟେଲ ଯାଅ ଭଲ ସୁଯୋଗ ମିଳିଛି !!

ଭାରତର ଲୋକ: ରଖ ତମ ମାଗଣା ଟିକା
ଆମେ ନେବୁନାହିଁ !
ଇଣ୍ଡିଆର ଲୋକ: ତା ହେଲେ ଯାଉନ
ନବ ପ୍ରାଇଭେଟରେ ପେମେଣ୍ଟ ଦେଇ!

ଭାରତର ଲୋକ : ଅମ୍ଲଜାନ ଅଭାବରୁ
ବାପା ମାଆ ଭାଇ ଭାଉଜ ମଲେ!
ଇଣ୍ଡିଆର ଲୋକ: ଗାଆଁପିଛା ଅମ୍ଲଜାନ
ଫାକ୍ଟ୍ରି ଛିଡାହେବ ଆଉ କେତେବର୍ଷ ଗଲେ!!

ଭାରତର ଲୋକ : ତାଲାବନ୍ଦି କଷ୍ଟକର
ଦିଏ ଭାରି କଷ୍ଟ!
ଇଣ୍ଡିଆର ଲୋକ : ମଜାନିଅ ହୋ
ଅର୍ଡର କରି ପିଅ, ନେଟଫ୍ଲିକ୍ସ୍ ଦେଖ !

ଭାରତର ଲୋକ : ଦର ନାକୁଆଣି ଓ
ଘନଘନ ବିଜୁଳିକାଟ ବାଧୁଚି ସତରେ!
ଇଣ୍ଡିଆର ଲୋକ : ଇନଭଟର କିମ୍ବା
ଡିଜି ସେଟ୍ ନେଇ ଲଗାଇଦିଅ ଘରେ!!

ଭାରତର ଲୋକ : ପୁଅର ଚାକିରୀ ଚାଲିଗଲା
ସହରରୁ ଫେରି ବସିଛି ସେ ଘରେ!
ଇଣ୍ଡିଆର ଲୋକ : ବଢିଆ… ସୁଯୋଗ
ସୃଷ୍ଟି ହେଲା ଖାଇବାକୁ ଗୋଟେ ଟେବୁଲରେ !!

ଭାରତର ଲୋକ: ଝିଅ ସୋସିଆଲ ମିଡିଆରୁ
ଧୋକ୍କା ଖାଇ ନିତି କାନ୍ଦୁଅଛି !
ଇଣ୍ଡିଆର ଲୋକ: ୟୁଟ୍ୟୁବ୍ ଚାନେଲ ଖୋଲି
କାନ୍ଦୁ ସିଏ ଭ୍ୟୁଅର ବଢିଲେ ରୋଜଗାର ଅଛି !!

ଭାରତର ଲୋକ: ବଡ କଠିନ ଜୀଇଁବା
ଏଠି ଦୁଃଖ ଖାଲି ଦୁଃଖ!
ଇଣ୍ଡିଆର ଲୋକ: ଏଁ… ତା ହେଲେ କଣ
ପାକିସ୍ଥାନ ଗଲେ ପାଇବ ତମେ ସୁଖ?

Leave A Reply

Your email address will not be published.