Latest Odisha News

BREAKING NEWS

୩ୟ ପର୍ଯ୍ୟାୟ ନିର୍ବାଚନ: ଇଭିଏମ୍ ସହ ଭୋଟଦାନ କେନ୍ଦ୍ରକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର : ଓଡିଶାରେ ମଙ୍ଗଳବାର ଦିନ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଇଭିଏମ୍, ଭିଭିପିଏଟି ନେଇ ପୋଲିଂ ପାର୍ଟିମାନେ ନିଜ ନିଜର ବୁଥ୍ ଅଭିମୁଖେ ଗସ୍ତ କରିଛନ୍ତି।

ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବିଧାନସଭା କ୍ଷେତ୍ର ଲାଗି ଇଭିଏମ୍, ଭିଭିପିଏଟି ଗୁଡିକୁ ବିଜେବି କଲେଜକୁ ପଠାଯାଇଛି । କଡା ସୁରକ୍ଷାବଳୟ ମଧ୍ୟରେ ସୋମବାର ସୁଦ୍ଧା ମେସିନ ଗୁଡିକୁ ସମସ୍ତ ବୁଥକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି ।

ସ୍ୱାଧୀନ ତଥା ନିରପେକ୍ଷ ମତଦାନ ଲାଗି ପୋଲିଂ ବୁଥଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏପ୍ରିଲ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୁବନେଶ୍ୱର, ପୁରୀ, ସମ୍ବଲପୁର,କଟକ,ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ରପାଇଁ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।

Leave A Reply

Your email address will not be published.