Latest Odisha News

BREAKING NEWS

ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର (ମଧ୍ୟ) ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ବୋମାମାଡ଼ ଦ୍ୱାରା ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଶ୍ରୀ ଜେନାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ବେଳେ ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଝାରପଡ଼ା କେନାଲ ରୋଡ଼ରେ କାରରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଯାଉଥିବା ବେଳେ କୌଣସି ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ଉପରକୁ ବୋମା ଫିଙ୍ଗିଥିଲା । ବୋମାମାଡ଼ କରି ଦୁର୍ବୃତ୍ତ ଜଣକ ସେଠାରୁ ଖସି ଚାଲିଯାଇଥିବା ଜଣାପଡ଼ିଛି ।

ଏହି ଘଟଣାରେ ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ବିଏମସି ମେୟର ଅନନ୍ତ ଜେନାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି ଏବଂ ଅନ୍ୟ ଜଣେ ସମର୍ଥକ ଏହି ଆକ୍ରମଣରେ ଆହତ ହୋଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଏହି ଆକ୍ରମଣ ଘଟଣାର କିଛି ସମୟ ପୂର୍ବରୁ ୟୁନିଟ ୮ ଅଞ୍ଚଳରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ବୋମାମାଡ଼ ହୋଇଥିଲା ।

Leave A Reply

Your email address will not be published.