Latest Odisha News

ସଡକ ଦୁର୍ଘଟଣାରେ ପୂର୍ବତନ କ୍ରିକେଟର୍ ସେନ୍ ୱାର୍ଣ୍ଣ ଆହତ

ଭୁବନେଶ୍ୱର: ଗତ ରବିବାର ପୂର୍ବତନ କ୍ରିକେଟର୍ ସେନ ୱାର୍ଣ୍ଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥିଲା । ସଡକ ଦୁର୍ଘଟଣାରେ ଆହତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେନ ୱାର୍ଣ୍ଣ ଓ ତାଙ୍କ ପୁଅ ଜ୍ୟାକ୍ସନ ବାଇକରେ ମେଲବର୍ଣ୍ଣରୁ ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିବା ସୂଚନା ରହିଛି ।

ଅଷ୍ଟ୍ରେଲିୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ସେନ ୱାର୍ଣ୍ଣ ତୁରନ୍ତ ହସ୍ପିଟାଲ ନଯାଇ ଘରକୁ ପଳାଇଥିଲେ । ତେବେ ରାତିରେ ତାଙ୍କ ଗୋଡରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବା ପରେ ସେ ହସ୍ପିଟାଲରେ ପହଂଚି ଯାଂଚ କରାଇଥିଲେ । ସେନ ୱାର୍ଣ୍ଣଙ୍କ ଜଂଘ, ଗୋଡ ଓ ପାଦରେ ଆଘାତ ଲାଗିଥିବା ସୂଚନା ରହିଛି ।

ଦୁର୍ଘଟଣା ସ୍ଥଳରେ ୫୨ ବର୍ଷୀୟ ସେନ୍ ୱାର୍ଣ୍ଣ ପ୍ରାୟ ୧୫ ମିଟର ଦୂରରେ ଘୋଷାଡି ହୋଇ ପଡିଥିଲେ । ବର୍ତ୍ତମାନ ସ୍ଥିତିରେ ସେ ଦୃତଗତିରେ ଆରୋଗ୍ୟ ଲାଭ କରୁଥିବା ଜଣାପଡିଛି । ଡିସେମ୍ବର ୮’ ତାରିଖରେ ଗବ୍ୱାରେ ଆସେସ୍ ସିରିଜ ଆରମ୍ଭ ହେବାକୁ ଥିବାବେଳେ ଏଥର ସେନ୍ ୱାର୍ଣ୍ଣ ଭାଷ୍ୟକାର ଦାୟିତ୍ୱ ତୁଲାଇବେ ।

Comments are closed.