Latest Odisha News

BREAKING NEWS

କଳାହାଣ୍ଡିରେ ବଢ଼ୁଛି ବେଆଇନ ରନ୍ଧା ମଦ କାରବାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ଦେଶୀ ରନ୍ଧା ମଦ କାରବାର ଦିନକୁ ଦନ ବୃଦ୍ଧି ପାଉଛି । ଗ୍ରାମାଞ୍ଚଳ ଓ ଶ୍ରମିକ ଶ୍ରେଣୀର ଲୋକେ ହାତ ରନ୍ଧା ମଦ ବିପୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ରନ୍ଧା ମଦର ଡ଼ିଗ୍ରୀ ଓ ଏହାର ରନ୍ଧନ ପ୍ରକ୍ରିୟା ସଠିକ୍ ହେଉନଥିବାରୁ ଏହା ଯେତେ ବିଷାକ୍ତ ସେତିକି ବିପଦ ।

ଅନେକ ସମୟରେ ବିଷାକ୍ତ ମଦ ମୃତ୍ୟୁର ନଜିର ଆମ ଓଡ଼ିଶାରେ ରହିଛି । କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଯୁବଗୋଷ୍ଠୀ ଓ ଗ୍ରାମାଞ୍ଚଳର ମଦ ବେପାରୀମାନେ ବିପୁଳ ପରିମାଣରେ ଏହାକୁ ବ୍ୟବସାୟରେ ପରିଣତ କରିଛନ୍ତି । ବିଶେଷକରି ଥୁଆମୂଳ ରାମପୁର, ଭବାନୀପାଟଣା, ଲାଞ୍ଜିଗଡ଼ ମଦନପୁର ରାମପୁର, ନର୍ଲା, ଗୋଲାମୁଣ୍ଡା ଓ ଜୟପାଟଣା ଅଞ୍ଚଳରେ ଏହି ରନ୍ଧା ମଦ କାରବାର ବୃଦ୍ଧି ପାଇଛି ।

ରନ୍ଧା ମଦ ତିଆରିରେ ବ୍ୟାଟେରୀ ପାଣି, ଦୁଦୁରା ପତ୍ର ଓ ଅନ୍ୟାନ୍ୟ କିଛି ବିଷାକ୍ତ ଗଛର ଛାଲି, ପତ୍ର ଓ ମଞ୍ଜିକୁ ବ୍ୟବହାର କରାଯାଉଛି । ଫଳରେ ଏଭଳି ମଦ ବ୍ୟବହାର କଲେ ଅନେକାଂଶରେ ଆଖି ନଷ୍ଟ, କ୍ୟାନ୍ସର ହେବା ସହ ବ୍ୟକ୍ତିର ମୃତ୍ୟୁକୁ ଏଡ଼ାଇ ଦିଆଯାଇନପାରେ । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏଭଳି ରନ୍ଧା ମଦ ରନ୍ଧାରଯାଇଥିବାବେଳେ ଜଙ୍ଗଲ ନଷ୍ଟ ହେଉଛି । ଅବକାରୀ ବିଭାଗ ପକ୍ଷରୁ ନାମକୁ ମାତ୍ର କିଛି ସ୍ଥାନରେ ଚଢ଼ାଉ କରାଯାଉଛି । ତେବେ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁୂଁ ଧରିବା ସହଜ ନୁହଁ ବୋଲି କଳାହାଣ୍ଡିର ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.