Latest Odisha News

BREAKING NEWS

ସରିଲା ନିର୍ବନ୍ଧ, ଆସନ୍ତା ବର୍ଷ ବିବାହ କରିବେ କ୍ରିକେଟର୍ ସାର୍ଦୁଲ୍ ଠାକୁର

ଭୁବନେଶ୍ୱର: ନିଜ ପ୍ର୍ରେମିକା ସହ ନିର୍ବନ୍ଧ କଲେ ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ସାର୍ଦୁଲ୍ ଠାକୁର । ଟି୨୦ କ୍ରିକେଟ୍ ବିଶ୍ୱକପ ସ୍କ୍ୱାର୍ଡରେ ଥିବା ସାର୍ଦୁଲଙ୍କୁ ଏବେ ବିଶ୍ରାମ ଦିଆଯାଇଛି । ଏହି ସମୟ ଭିତରେ ସାର୍ଦୁଲ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଦୀର୍ଘ ବର୍ଷ ଧରି ପରସ୍ପର ସହ ସଂସ୍ପର୍ଶରେ ଥିଲେ ସାର୍ଦୁଲ ଓ ତାଙ୍କ ପ୍ରେମିକା ମିତାଲି ପାରୁଲକର । ଆଜି ମୁମ୍ବାଇ କ୍ରିକେଟ୍ ଆସୋସିଏସନ ପରିସରରେ ସାର୍ଦୁଲ ଓ ମାତାଲିଙ୍କ ଏନଗେଜମେଣ୍ଟ ଆୟୋଜନ ହୋଇଥିଲା । ଏଥିରେ ବଛାବଛା ମାତ୍ର ୭୫ ଜଣ ଅତିଥିଙ୍କୁ ନିମନ୍ତ୍ରଣ ମିଳିଥିଲା । ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପ୍ରତିଯୋଗୀତା ପରେ ସାର୍ଦୁଲ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

 

View this post on Instagram

 

A post shared by Shardul Thakur ? (@shardulthakur_)

ଭାରତୀୟ କ୍ରିକେଟ୍ ଦଳ ତରଫରୁ ସାର୍ଦୁଲ୍ ତିନୋଟି ଫର୍ମାଟରେ ସକ୍ରିୟ ଅଛନ୍ତି । ୪ଟି ଟେଷ୍ଟ, ୧୫ଟି ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚରେ ସେ ପଦାର୍ପଣ କରିଛନ୍ତି । ସେହିଭଳି ଆଇପିଏଲରେ ସେ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳରେ ରହିଥିଲେ ।

Leave A Reply

Your email address will not be published.