ଯାଜପୁର: ଆଜି ଯାଜପୁର ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୬୪ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଅପରାହ୍ନରେ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଯାଜପୁର ବିରଜା ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ନିଜର ଅଭିଜ୍ଞତା ବର୍ଣ୍ଣନା କରିବେ । ବିରଜା ହାଇସ୍କୁଲର ପୁରାତନ ଛାତ୍ର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ନିଜର ଅଭିଜ୍ଞତା କହିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ଉପସ୍ଥିତ ରହିବେ ।
ଆଜି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ବିରଜା ହାଇସ୍କୁଲ ଯାଇ ସେଠାରେ କାର୍ଯ୍ୟକ୍ରମ ପରିଚାଳନା ନେଇ ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ୫ଟି ଅନୁଯାୟୀ ଯାଜପୁର ଜିଲ୍ଲାର ୬୪ଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିବାରୁ ପୁରାତନ ଛାତ୍ର ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
Comments are closed.