Latest Odisha News

BREAKING NEWS

କବିତା : ତୁମ ଚିତ୍ର ନେଇଛି

ଚନ୍ଦ୍ରା ମିଶ୍ର

ମୋ ଅତୀତକୁ ଚୋରାଇ
ଏବେ ତୁମ ଚିତ୍ର ନେଇଛି
ମୋ ସକାଳ ନିଦକୁ ଚୋରାଇ
ସ୍ମୃତିର ପାହାଡ଼ ପରେ
ଦେଇଛି ମତେ ବସାଇ

ପିଲାଦିନ ଗଛଚଢ଼ା
ସାଙ୍ଗ ମାନଙ୍କର ଥଟା

ଆମ ବାଡ଼ି ଫୁଲମାନ
ନରେନ୍ଦ୍ର ପୋଖରୀ କୂଳ

ବାପାଙ୍କ ପାଟିର ସ୍ୱର
ଛାତିରେ ହୋଇବା ଡର

ଭାବୁଥିଲି ସବୁ ଦିନ
ଏବେ କିନ୍ତୁ ସବୁ ଭିନ୍ନ

ବଦଳିଛି ମୋର ମନ
ତା ସାଙ୍ଗେ ସ୍ମୃତିଟି ମୋର

ନୀତି ଭରେ ମୋର ମନ
ସୁନେଲି ରଙ୍ଗ ସପନ

ଉଷା କାଳେ ଆସି ଯାଅ
ସଙ୍ଗେ ଧରି ଉପହାର

ପ୍ରିୟ ବନ୍ଧୁ ଚିତ୍ରକର
ଖୁସି କଲ ମୋ ଜୀବନ l

ଫିଲାଡେଲ୍ଫିଆ

Comments are closed.