Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ: ଶୁଭ୍ରାଂଶୁ ଅଧିନାୟକ, ଫେରିଲେ ବିପ୍ଲବ

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫି ପାଇଁ ଆଜି ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ୨୧ ଜଣିଆ ଓଡିଶା ଦଳ ଘୋଷଣା କରିଛନ୍ତି । ରାଜେଶ ଧୂପରଙ୍କ ସ୍ଥାନରେ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ବିପ୍ଲବ ସାମନ୍ତରାୟ । ୨ ଜଣ ୱିକେଟ କିପର ସୁଜିତ ଲେଙ୍କା ଓ ରାଜେଶ ଧୂପରଙ୍କୁ ଘୋଷିତ ଦଳରେ ସ୍ଥାନ ମିଳିଛି । ଗ୍ରୁପ ଏ’ରେ ସ୍ଥାନ ପାଇଥିବା ଓଡିଶା ତାର ସମସ୍ତ ମ୍ୟାଚ ମୁମ୍ବାଇରେ ଖେଳିବ । ଡିସେମ୍ବର ୮ରେ ଆନ୍ଧ୍ରପ୍ରଦେଶ, ୯ରେ ଗୁଜରାଟ, ୧୧ରେ ବିଦର୍ଭ, ୧୨ରେ ଜମ୍ମୁ-କଶ୍ମୀର ଓ ୧୪ରେ ହିମାଚଳପ୍ରଦେଶକୁ ଭେଟିବ ।

ଘୋଷିତ ଦଳ:ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଅନୁରାଗ ଷଡଙ୍ଗୀ, ଗୋବିନ୍ଦ ପୋଦ୍ଦାର, ବିପ୍ଲବ ସାମନ୍ତରାୟ, ରାଜେଶ ଧୂପର, ସୁଜିତ ଲେଙ୍କା, ଶାନ୍ତନୁ ମିଶ୍ର, ଅଭିଷେକ ରାଉତ, ଅଭିଷେକ ଯାଦବ, ସନ୍ଦୀପ ପଟ୍ଟନାୟକ, ଶୁଭଙ୍କର ବିଶ୍ୱାସ, ଦେବବ୍ରତ ପ୍ରଧାନ, ଆଶୀଷ ରାୟ, ସୁନୀଲ ରାଉଳ, ଜୟନ୍ତ ବେହେରା, ପପୁ ରାୟ, ଶୁଭମ ନାୟକ, ବିକାଶ ରାଉତ, ତାରିଣୀ ସା, ପ୍ରୟାସ ସିଂ ଠାକୁର, ରାଜେଶ ମହାନ୍ତି ।

Comments are closed.