Latest Odisha News

ମମିତା ହତ୍ୟା ମାମଲା: ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର । ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି । ବର୍ତ୍ମାନ ମାମଲାର ତଦନ୍ତ ଚାଲୁଥିବାରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ ହୋଇଛି । ଡିସେମ୍ବର ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା ଓ ଭାଇ । ମାମଲାର ନିରପେକ୍ଷ ତଦନ୍ତ ସହ ଫାଷ୍ଟଟ୍ରାକ କୋର୍ଟରେ ଶୁଣାଣି ପାଇଁ ଆବେଦନ ହୋଇଥିଲା । ଆବେଦନକାରୀ ତାଙ୍କ ପିଟିସନରେ ଦର୍ଶାଇଥିଲେ, ପ୍ରତିଦିନ ମିଡିଆ ଟ୍ରାଏଲ୍ କରାଯାଉଛି । ଏହାଦ୍ୱାରା ତାଙ୍କ ପରିବାରର ମର୍ୟ୍ୟାଦାହାନୀ ହେଉଛି । ସେମାନଙ୍କୁ ମାନସିକ ନିର୍ୟାତନାର ସାମନା କରିବାକୁ ପଡୁଛି । ତେଣୁ ମାମଲାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା ଓ ଭାଇ ।

Leave A Reply

Your email address will not be published.