Latest Odisha News

BREAKING NEWS

ବାତ୍ୟା ‘ଜଓ୍ବାଦ’ ଭୟ, ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ପୁରୀ : ବାତ୍ୟାର ରୂପ ନେଇଛି ସମୁଦ୍ରରେ ଦାନା ବାନ୍ଧୁଥିବା ଗଭୀର ଅବପାତ । ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ । ଓଡିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

୫ ତାରିଖରେ ଓଡିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି ମଧ୍ୟରାତ୍ରିରୁ ପବନର ବେଗ ବଢିବ । ପବନର ବେଗ ୮୦ରୁ ୯୦ ସର୍ବାଧିକ ୧୦୦ କିମି ପର୍ଯ୍ୟନ୍ତ ଯାଇପାରେ । ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ଆଦୌ ସୁରକ୍ଷିତ ରହିବ ନାହିଁ ।

ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଜରୁରୀକାଳୀନ ଯୋଗାଯୋଗ ନମ୍ବର 0୬୭୫୨୨୨୩୨୩୭ ପ୍ରଶାସନ ଜାରି କରିଛି ।

Leave A Reply

Your email address will not be published.