Latest Odisha News

BREAKING NEWS

ପୁଣି ବିଗିଡିଲା ନନ୍ଦ ସାରଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ପୁଣି ବିଗିଡିଲା ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି। ଗତ ୩୦ ତାରିଖରେ ତାଙ୍କ ଦେହ ଯେତେବେଳେ ଅସୁସ୍ଥ ହୋଇପଡିଥିଲା।ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ ଭର୍ତି କରାଯାଇଥିଲା। କରୋନା ପଜିଟିଭ୍ ହେବା ପରେ ଟାଟା କୋଭିଡ୍ ହସ୍ପିଟାଲ କଳିଙ୍ଗନଗରରେ ଭର୍ତି କରାଯାଇଥିଲା। ବୟସ ଅଧିକ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ପୁଣି ଲାଗି ରହିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନନ୍ଦ ସାରଙ୍କୁ ସମ୍ ହସ୍ପିଟାଲକୁ ଶନିବାର ସ୍ତାନାନ୍ତର କରାଯାଇଛି। ଏହି ସମସରେ ହସ୍ପିଟାଲ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ ବିରଞ୍ଚି ନାରାୟଣ ବାରିକ , ଏଡିଏମ୍ ଡାକ୍ତର ସୁଧାଂଶୁ ଶେଖପ ବଳ ଓ ନନ୍ଦ ସାରଙ୍କ ନାତି ସୁଧାଂଶୁ ବଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.