Latest Odisha News

BREAKING NEWS

ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ଼, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ହାଇଡ୍ରାମା । ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ । ବିଧାନସଭାରା ଆରମ୍ଭରୁ ହୋ ହାହାଲ୍ଲା ଆରମ୍ଭ ହୋଇଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ମାନେ ନାରାବାଜୀ କରିବା ସହ ବିଧାନସଭାରେ ଘଣ୍ଟମାଡ କରିଥିଲେ। ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ସରକାରଙ୍କୁ ଜାଗ୍ରତ କରିବାକୁ ଘଣ୍ଟମାଡ କରି ପ୍ରତିବାଦ କରିଛି ବିଜେପି।

ଗୃହରେ ଗଙ୍ଗା ଜଳ ସିଞ୍ଚନ କରିଥିଲେ ବିଜେପି ସଦସ୍ୟମାନେ। କଂଗ୍ରେସ କର୍ମୀମାନେ ପ୍ଲା କାର୍ଡ ଧରି ନାରାବାଜୀ କରିଥିଲେ। ଏହା ପରେ ଅପରାହ୍ନ ୪ ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବିଜେଡିର ସଦବୁଦ୍ଧି ନଫେରିବା ଯାଏଁ ଏହି ଲଢେଇ ଜାରି ରହିବ ବୋଲି ବିରୋଧୀ କହିଛନ୍ତି। ଏହା ପରେ ବିଜେପି ବିଧାୟକ ମାନେ ପୁରୀ ଜଗନ୍ନାଥଙ୍କ ଭୋଗ ବାଣ୍ଟିଥିଲେ ବିଧାନସଭା ପରିସରରେ ।

ଦୁର୍ନୀତି ନୁଚାଇବା ପାଇଁ ବିଜେଡି ବାରମ୍ବାର ଗୃହ ମୁଲତବୀ କରୁଛି ବୋଲି କହିଥିଲେ ତାରାପ୍ରସାଦ ବାହିନୀପତି। ଅନ୍ୟପଟେ ବିଧାନସଭା ଚାଲୁ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା । ବିଜେଡିକୁ ଜଗନ୍ନାଥ ଯେ ପର୍ଯ୍ୟନ୍ତ ସଦବୁଦ୍ଧି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ତାରାପ୍ରସାଦ ବାହିନୀପତି କହିଥିଲେ।

Comments are closed.