Latest Odisha News

ଦିଲ୍ଲୀରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବ୍ୟାପିଲାଣି ଓମିକ୍ରନ୍ ଭୂତାଣୁ । ଦିନକୁ ଦିନ ଜଣେ କରି ଜଣେ ଆକ୍ରାନ୍ତ ଚିହ୍ନ ହେଉଥିବା ବେଳେ, ଆଜି ଦିଲ୍ଲୀରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଜିମ୍ବାଓ୍ବେରୁ ଫେରିଥିଲେ ।

ଅନ୍ୟପଟେ ଓମିକ୍ରନକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଲାଗୁ ହୋଇଛି ୧୪୪ ଧାରା । ଆସନ୍ତା ଦୁଇ ଦିନ ପାଇଁ ମୁମ୍ବାଇରେ ଏହି କଟକଣା ଲାଗୁ ହୋଇଛି । ଏହି ସମୟରେ କୌଣସି ସଭା ସମିତି, ରାଲି ଓ ସମାବେଶ ହୋଇପାରିବ ନାହିଁ । ମହାରାଷ୍ଟ୍ରରେ ଜଣେ ୩ ବର୍ଷର ଶିଶୁ ଓ ଆଉ ୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ୫୯ଟି ଦେଶକୁ ବ୍ୟାପିଛି ଓମିକ୍ରନ ।

ସେପଟେ ବର୍ତ୍ତମାନର କୋଭିଡ ଟିକା ଓମିକ୍ରନ ଭାରିଆଣ୍ଟ ବିରୋଧରେ ପ୍ରାୟ ୭୫ ପ୍ରତିଶତ ସୁରକ୍ଷା ଦେଇଥାଏ ବୋଲି କହିଛି ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ସଂସ୍ଥା । ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକାର ଭାରତୀୟ ଭର୍ସନ କୋଭିସିଲ୍ଡ ଏବଂ ଫାଇଜର ଟିକା ଏହାର ମୁକାବିଲା ଲାଗି ସକ୍ଷମ ବୋଲି କୁହାଯାଇଛି । ଏହି ଦୁଇ ଟିକାର ବୁଷ୍ଟର ଡୋଜ ଓମିକ୍ରନ ବିରୋଧରେ ସମ୍ପୂର୍ଣ୍ଣ ପ୍ରତିରୋଧକ୍ଷମ ସାବ୍ୟସ୍ତ ହୋଇପାରିଛି ।

Comments are closed.