Latest Odisha News

[ଭିଡ଼ିଓ] ମାର୍ଗଶୀରରେ ଦେବଗୁଣିଆ ପରମ୍ପରା

ନୂଆପଡା: ଓଡ଼ିଶା କଳା ଓ ସଂସ୍କୃତିର ରାଜ୍ୟ। ଏହାର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ପ୍ରାଚୀନ ପରମ୍ପରା । ସେପରି ଏକ ପରମ୍ପରା ହେଉଛି ଦେବଗୁଣିଆ ପରମ୍ପରା । ଦେବଗୁଣିଆମାନେ ଏକ କଳାପ୍ରିୟ ଜାତି । ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ଦେବଗୁଣିଆ ଜାତି ରହନ୍ତି। ମା’ ଲକ୍ଷ୍ମୀଙ୍କ ଗୁଣ ଗାଥାକୁ ଘରେ ଘରେ ପହଞ୍ଚାଇବା ସହ ଧାନରେ ତିଆରି ମୂର୍ତ୍ତି ସବୁ ବିକ୍ରି କରନ୍ତି।

ଲାଉ ତୁମ୍ବାରେ କଉଡ଼ି, ତାର, ଅଠା ଆଦି ଦେଇ ଏହା ନିର୍ମାଣ କରାଯାଇଥାଏ। ବର୍ଷ ସାରା ଦେବଗୁଣିଆମାନେ ଘର ଘର ବୁଲି ଜୀବନ ଜୀବିକା ନିର୍ବାହ କରନ୍ତି । ହେଲେ ମାର୍ଗଶୀର ମାସରେ ଏମାନଙ୍କ ସ୍ୱତନ୍ତ୍ର ସ୍ଥାନ ରହିଥାଏ। ଏହି ମାସରେ ମା’ଲକ୍ଷ୍ମୀଙ୍କ ପୂଜା ହେଉଥିବାରୁ ଦେବଗୁଣିଆମାନେ ତିଆରି କରିଥିବା ଧାନର ଲକ୍ଷ୍ମୀ, ହାତୀ, ଆସନ, ପଦ୍ମଫୁଲ, ଆଦିକୁ ମହିଳାମାନେ ପୂଜା କରି ଘରକୁ ନେଇଥାନ୍ତି।

ଦେବଗୁଣିଆ ବା ଦେବଗୁରୁମାନେ ଏକ ପ୍ରକାର ଚାରଣ କବି। ଏମାନେ କଳାକାର ଜାତି ହେଲେ ମଧ୍ୟ ରାଜ୍ୟ ସଂସ୍କୃତି ବିଭାଗ ଏମାନଙ୍କୁ ଉପଯୁକ୍ତ ସ୍ଥାନ ଦେଉନଥିବା ଅଭିଯୋଗ ହେଉଛି।

Comments are closed.