Latest Odisha News

ଜଗତସିଂହପୁରରେ କେନ୍ଦ୍ରୀୟ ଟିମ୍, ଜଓ୍ବାଦ କ୍ଷୟକ୍ଷତିର କଲା ଆକଳନ

ଜଗତସିଂହପୁର : ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଅଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ତିନୋଟି ଟିମ୍ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା ଗସ୍ତ କରିଛନ୍ତି । ବାତ୍ୟା ଜୱାଦ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ହଜାର ହଜାର ହେକ୍ଟର ଧାନ ଓ ପନିପରିବା ଫସଲ ଅନୁଧ୍ୟାନ କରିଛି କେନ୍ଦ୍ରୀୟ ଟିମ୍ ।

ଜଗତସିଂହପୁର ସର୍କିଟ ହାଉସରେ ପହଞ୍ଚିବା ପରେ ଉପଜିଲ୍ଲାପାଳ, ଜିଲ୍ଲା କୃଷି ଉପନିର୍ଦ୍ଦେଶକ, ହର୍ଟିକଲଚର ବିଭାଗର ଅଧିକାରୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମ୍ ସଦସ୍ୟ । ଜଗତସିଂହପୁର ଜିଲ୍ଲାରେ ୧ ଲକ୍ଷ ୫ ହଜାର ହେକ୍ଟର ଚାଷ ଜମି ରହିଥିବା ବେଳେ, ସେଥିରୁ ୮୬ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଜିଲ୍ଲାର ଜଗତସିଂହପୁର, ନାଉଗାଁ, ବାଲିକୁଦା, ବିରିଡି, ରଘୁନାଥପୁର, ତିର୍ତ୍ତୋଲ, ଏରସମା ଓ କୁଜଙ୍ଗ ବ୍ଲକ ଅଞ୍ଚଳରେ ଜଓ୍ବାଦ ପ୍ରଭାବରେ ତୁହାକୁ ତୁହା ବର୍ଷା ଯୋଗୁ ଚାଷ ଜମିରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଜମି ରହିଛି । ଫଳରେ ଅମଳ ହେବାକୁ ଥିବା ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ସେହିପରି ୨୧ ହଜାର ଜମିରେ ହୋଇଥିବା ପନିପରିବା ମଧ୍ୟ ନଷ୍ଟ ହୋଇଯାଇଛି ।

Comments are closed.