Latest Odisha News

‘ଅନ୍ତିମ’ ବନାମ ସୂର୍ଯ୍ୟବଂଶୀ; ବାଜି ମାରିଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡ୍‌ର ଦମ୍‌ଦାର ଷ୍ଟାର ସଲ୍‌ମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଅନ୍ତିମ ଓ ସୂର୍ଯ୍ୟବଂଶୀ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହା କହିବା ଭୁଲ ହେବ ନାହିଁ ଯେ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଏବଂ ସଲମାନ ଖାନଙ୍କ ଅନ୍ତିମ ଦ ଫାଇନାଲ ଟ୍ରୁଥ ଭଳି ଫିଲ୍ମ ରିଲିଜ ହେବା ପରେ ଭାରତରେ ମଲ୍ଟିପ୍ଲେକ୍ସ ପରିସ୍ଥିତି କିଛି ମାତ୍ରାରେ ପୂର୍ବ ଅବସ୍ଥାକୁ ଫେରି ଆସିଛି।

ପ୍ରଶଂସା ସାଉଁଟିବା ସହିତ ଆଇଏମ୍‌ଡିବି ରେଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ଉଭୟ ଚଳଚ୍ଚିତ୍ର। ତେବେ ସୂଚନା ଅନୁଯାୟୀ ଅକ୍ଷୟ କୁମାରଙ୍କ ସୂର୍ପ୍ୟବଂଶୀ କଡା ଟକ୍କର ଦେଇଛି ସଲ୍‌ମାନଙ୍କ ଅନ୍ତିମ। ରେଟିଂରେ ଆଗରେ ରହିଛି ସଲ୍‌ମାରନଙ୍କ ଅନ୍ତିମ ଦ ଫାଇନାଲ୍‌ ଟ୍ରୁଥ୍‌।

ଅନ୍ତିମ ଦ ଫାଇନାଲ ଟ୍ରୁଥ ନଭେମ୍ବର ୨୬ ରେ ମୁକ୍ତିଲାଭ କରିଥିଲା। ଅକ୍ଷୟ କୁମାର, କ୍ୟାଟ୍ରିନା କୈଫଙ୍କ ସୂର୍ଯ୍ୟବଂଶୀ ନଭେମ୍ବର ୫ ରେ ମୁକ୍ତିଲାଭ କରିଥିଲା।

Comments are closed.