Latest Odisha News

କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ ପଡ଼ିଛି ତାହାମଧ୍ୟ ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ଅନୁସାରେ, କଢିମୂଳ କେନାଲରେ କିଛି ଖପୁରୀ ଓ କଙ୍କାଳ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖପୁରୀ ଓ କଙ୍କାଳକୁ ଜବତ କରି କଟକ ପରେନ୍ସିକ୍ ଲାବୋରୋଟାରୀକୁ ପଠାଇଛି । ଏନେଇ ପିପିଲି ଥାନାରେ ୟୁଡି କେଶ ନମ୍ବର ୨୨/୨୧ ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମଣିଷ ଖପୁରୀ ଓ କଙ୍କାଳ ମିଳିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.