Latest Odisha News

BREAKING NEWS

ରାଜ୍ୟର ୯ସ୍ଥାନରେ ୧୨ଡ଼ିଗ୍ରୀ ତଳେ ରାତି ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ । ରାଜ୍ୟର ୯ଟି ସ୍ଥାନରେ ୧୨ଡ଼ିଗ୍ରୀ ତଳେ ରାତି ତାପମାତ୍ରା ଥିବା ଜଣାପଡ଼ିଛି । ୮.୫ ସହ ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

୧୨ ଡ଼ିଗ୍ରୀ ତାପମାତ୍ରା ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା, ଦାରିଙ୍ଗବାଡ଼ି, କୋରାପୁଟ, ସୁନ୍ଦରଗଡ଼, ଫୁଲବାଣୀ, ଟିଟିଲାଗଡ଼, ଭବାନୀପାଟଣା, ସୋନପୁର, ବଲାଙ୍ଗୀର । ଝାରୁସୁଗୁଡ଼ାରେ ୧୧.୨, ସୁନ୍ଦରଗଡ଼ ୧୦, ଭବାନୀପାଟଣା ୧୧.୬, ବଲାଙ୍ଗୀର ୯.୦, କୋରାପୁଟ ୯.୫, ଫୁଲବାଣୀ ୯.୫, ଟିଟିଲାଗଡ଼ ୧୦.୮, ସୋନପୁର ୧୦.୮ ଡ଼ିଗ୍ରୀ ସେଲସିଅସ୍ ରହିଛି । ସେହିପରି ଭୁବନେଶ୍ୱରରେ ୧୫.୧ ଡ଼ିଗ୍ରୀ, କଟକରେ ୧୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।

Leave A Reply

Your email address will not be published.