ଭୁବନେଶ୍ୱର: ଭାରତର କିଛି ହାତଗଣତି ରାଜ୍ୟକୁ ମଦ ନିଷିଦ୍ଧାଂଚଳ ଭାବେ ଘୋଷଣା କରାଯାଇଛି । ତଥାପି ସେହି ରାଜ୍ୟମାନଙ୍କରେ ପ୍ରତିଦିନ ସାମ୍ନାକୁ ଆସିଥାଏ ବେଆଇନ ମଦ କାରବାର । ଏହି ତାଲିକାରେ ବିହାର ରାଜ୍ୟ ମଧ୍ୟ ସାମିଲ ଅଛି । ନିକଟରେ ଏହି ରାଜ୍ୟରେ ମଦ ହରିଲୁଟର ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।
ମଦ ନିଷେଧ ରାଜ୍ୟ ବିହାରରେ ମଦ ହରିଲୁଟ୍ #ViralAlert #ViralVideo #BiharNews #LiquorLoot #OdishaSambad #OdishaSambadNews pic.twitter.com/C3myRkMzcj
— Odisha Sambad (@Odisha_Sambad) December 22, 2021
ଭାଇରାଲ୍ ଭିଡିଓରେ ମହିଳା ଓ ପୁରୁଷ ମିଳିତ ଭାବେ ଗୋଟିଏ ବୋଲେରୋ ଗାଡିରୁ ମଦ ଲୁଟ୍ କରିବାରେ ଦେଖାଯାଇପାରେ । ଗାଡିର ରେଜିଷ୍ଟ୍ରେସନ୍ ନମ୍ବରରୁ ଏହା ବିହାରର ଘଟଣା ବୋଲି ଜଣାପଡିଛି । ଆଜି ସକାଳୁ ଉଚ୍କାଗାଓଁ ଥାନା ଅନ୍ତର୍ଗତ ମହଚ୍ଛା ବଜାର ଅଂଚଳରେ ଏକ ଗାଡିରେ ମଦ ତସ୍କରି ହେଉଥିବା ଖବର ମିଳିଥିଲା । ତେବେ ଗାଡି ନିକଟରେ ପୋଲିସ ପହଂଚିବା ପୂର୍ବରୁ ସ୍ଥାନୀୟ ଲୋକେ ମାଡି ଆସିଥିଲେ ।
ଏହି ଘଟଣା ବିଷୟରେ ଖବର ପାଇ ପୋଲିସ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଂଚିଥିଲା । ହେଲେ ସେତେବେଳକୁ ଲୋକେ ମଦ ଧରି ଚମ୍ପଟ୍ ମାରିଥିଲେ । ମଦ ହରିଲୁଟ୍ ମାମଲାରେ ପୋଲିସ ୮ଜଣଙ୍କୁ ଗିରଫ କରିଥବା ନେଇ ସୂଚନା ରହିଛି ।
Comments are closed.