Latest Odisha News

BREAKING NEWS

ଭାରତରେ ଓମିକ୍ରନ୍ ଚିନ୍ତା: ଆଜି ପ୍ରଧାନମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ନୂଆ ଭାରିଆଣ୍ଟରେ ବର୍ତ୍ତମାନ ସୁଦ୍ଧା ୨୧୩ ଜଣ ପଜିଟିଭ୍ ବାହାରିଲେଣି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଆକ୍ରାନ୍ତଙ୍କ କେସ୍ ବଢୁଛି । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ । ଯଦିଓ ସେଲିବ୍ରେସନ୍ ଉପରେ ବିଭିନ୍ନ ରାଜ୍ୟ କଟକଣା ଲଗାଇଛନ୍ତି ତଥାପି ସଂକ୍ରମଣ ବଢିବା ଆଶଙ୍କା ରହିଛି । ତାପୂର୍ବରୁ ଆଜି ଦେଶରେ ଓମିକ୍ରନ୍ ସ୍ଥିତି ଓ କରୋନା ସଂକ୍ରମଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବୈଠକରେ ପିଏମଓ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଦେଶରେ ବର୍ଦ୍ଧିତ ଓମିକ୍ରନ୍ କେସ୍ ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ସବୁ ରାଜ୍ୟକୁ ଓମିକ୍ରନ୍ ନେଇ ଆଡଭାଇଜରୀ ଜାରି କରିଥିଲେ କେନ୍ଦ୍ର ସରକାର । ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଆବଶ୍ୟକ ମେଡିକାଲ୍ ଭିତ୍ତିଭୂମି ସଜାଡିବା ସହ କୋଭିଡ୍ ଓ୍ୱାର୍ ରୁମ୍ ପ୍ରସ୍ତୁତ ରଖିବାକୁ କହିଥିଲେ ।

ଦେଶରରେ ୧୫ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୩ ଓମିକ୍ରନ୍ ଆକ୍ରାନ୍ତ । ଦିଲ୍ଲୀରୁ ସର୍ବାଧିକ ୫୭ ଜଣ ସଂକ୍ରମିତ ଅଛନ୍ତି । ମହାରାଷ୍ଟ୍ରରୁ ୫୪, ତେଲେଙ୍ଗାନାରୁ ୨୪, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮, କେରଳରୁ ୧୫, ଗୁଜରାଟରୁ ୧୪ ଜଣ ପଜିଟିଭ୍ ବାହାରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୯୦ ଓମିକ୍ରନ୍ ସଂକ୍ରମିତ ।

Leave A Reply

Your email address will not be published.