Latest Odisha News

ସୁମିତ୍- ତପସ୍ୱିନୀ ବିବାଦ ମାମଲା, ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ରାଜଭବନରୁ ନିର୍ଦ୍ଦେଶ

ବ୍ରହ୍ମପୁର: ସୁମିତ୍ ତପସ୍ୱିନୀ ମାମଲା । ଦିନକୁ ଦିନ ଘଟଣାର ମୋଡ଼ ବଦଳୁଛି । ହେଲେ ସମାଧାନର ବାଟ ଫିଟୁନି । ଶାଶୁଘର ବାରଣ୍ଡାରେ ଦୀର୍ଘଦିନ ହେବ ଧାରଣାରେ ବସିରହିଛନ୍ତି ତପସ୍ୱିନୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତପସ୍ୱିନୀ ନ୍ୟାୟ ପାଇଁ ସେ ୨୦ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପତ୍ର ଲେଖିଥିଲେ ।

ତେବେ ଏହି ମାମଲାର ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ରାଜଭବନରୁ ଚିଠି ଜାରି କରାଯାଇଛି । ଘଟଣାର ତଦନ୍ତ କରି ଆବେଦନକାରୀଙ୍କ ସହ ରାଜଭବନକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି ।

ଏପଟେ ତପସ୍ୱିନୀଙ୍କ ଓକିଲ ବ୍ରହ୍ମପୁର ଏସଡ଼ିଜେଏମଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ କୋର୍ଟରେ ଏକ ପିଟିସନ ରୁଜୁ କରିଛନ୍ତି । ଡ଼ାକ୍ତର ସୁମିତ ସାହୁଙ୍କ ସହ ତପସ୍ୱିନୀଙ୍କ ବିବାହ ବିଚ୍ଛେଦ ହୋଇନଥିବାରୁ ତାଙ୍କୁ ଶାଶୁ ଘରେ ରହିବାର ଅନୁମତି ପ୍ରଦାନ କରାଯାଉ ବୋଲି ଆବେଦନ କରାଯାଇଛି । ଏହି ଆବେଦନର ଶୁଣାଣୀ ୨୭ତାରିଖରେ ହେବ ।

Comments are closed.