Latest Odisha News

BREAKING NEWS

ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତ ଲହରି ଜାରି ରହିଛି । ସକାଳରୁ ରାତି ଯାଏ ଅସମ୍ଭାଳ ଥଣ୍ଡା । କନ୍ଧମାଳ ଜିଲ୍ଲାରେ ଜାଡ଼ ହାଡ଼ ଭାଙ୍ଗୁଛି । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ରହିଛି ୬.୫ ଡିଗ୍ରୀ ସେଲସିୟସ୍ । ଫୁଲବାଣୀରେ ଦାରିଙ୍ଗିବାଡ଼ି ଅପେକ୍ଷା ୧.୫ ଡିଗ୍ରୀ ସେଲସିୟସ୍ କମ୍ ତାମପାତ୍ରା ରେକର୍ଡ ହୋଇଛି । ଆସନ୍ତା ୪୮ ଘଣ୍ଟା ଯାଏ ଅଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ ।

ଏହି ଅଞ୍ଚଳରେ ରାତିର ସ୍ବାଭାବିକ ତାପମାତ୍ରା ୪ରୁ ୫ ଡିଗ୍ରୀ ଓ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ କମ୍‌ ରହିବ । ପୂର୍ବଭଳି ହାଡଭଙ୍ଗା ଶୀତ ଅନୁଭୂତ ହେବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୫ ତାରିଖ ପରେ ଧୀରେ ଧୀରେ ଶୀତ କମିବ ବୋଲି କହିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.