Latest Odisha News

BREAKING NEWS

ସିସୋର୍ ଚିଟଫଣ୍ଡ ଦୁର୍ନୀତି ମାମଲା: ଜଣେ ଆଇଏଏସ ଓ ପୂର୍ବତନ ଅଧିକାରୀଙ୍କୁ ନୋଟିସ ଜାରି କଲା ସିବିଆଇ

ଭୁବନେଶ୍ୱର : ସିସୋର୍ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଓଡ଼ିଶା କ୍ୟାଡ଼ରର ଜଣେ ବରିଷ୍ଠ ଆଇଏଏସ ଅଫିସର ଏବଂ ଅନ୍ୟ ଜଣେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସମନ ଜାରି କରିଛି ।

ମିଳିଥିବା ସୂଚନାରୁ ପ୍ରକାଶ, ସିବିଆଇ ଆଇଏଏସ ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ ଅଫିସର ସଂଗ୍ରାମ କେଶରୀ ରାୟଙ୍କୁ ଜୁଲାଇ ୨ ତାରିଖରେ ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଜେରା କରିବ ବୋଲି ଜଣାପଡ଼ିଛି ।
ପରାଗ ଗୁପ୍ତା ବର୍ତ୍ତମାନ ସଂଯୁକ୍ତ ସଚିବ ଭାବେ କେନ୍ଦ୍ର ଖାଦ୍ୟ ଓ ପ୍ରକ୍ରିୟାକରଣ ବିଭାଗ ଅଧିନରେ ଡ଼େପୁଟେସନରେ କାର୍ଯ୍ୟ କରୁଛନ୍ତି ।

ଓଡ଼ିଶା ପର୍ଯ୍ୟଟନ ବିଭାଗରେ ସଚିବ ଭାବେ ଶ୍ରୀଯୁକ୍ତ ଗୁପ୍ତା ପୂର୍ବରୁ କାର୍ଯ୍ୟ କରୁଥିବା ବେଳେ ଶ୍ରୀଯୁକ୍ତ ରାୟ ପର୍ଯ୍ୟଟନ ବିଭାଗରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ହୁଏତ ତଦନ୍ତ ସମୟରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ଠାରୁ ଅନେକ ତଥ୍ୟ ପାଇବା ଲ ।ଗି ସିବିଆଇ ସେମାନଙ୍କୁ ଜେରା କରୁଥାଇ ପାରେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.