ପୁରୀ:ପ୍ରେମର ରୂପକୁ ଚିହ୍ନବା ସବୁଠାରୁ କଷ୍ଟକର ବ୍ୟାପାର । କ୍ଷମା ଯେ, ପ୍ରେମର ଆଉ ଏକ ରୂପ ତାହା ତୁର୍କୀରେ ଏକ ଘଟଣାରେ ପ୍ରମାଣିତ ହୋଇଛି । କାସିମ ଓଜେନ ନାମକ ଜଣେ ଯୁବକ ବେରାଫିନ ଓଜେକଙ୍କୁ ଏକତରଫା ପ୍ରେମ କରୁଥିଲେ । ବାରମ୍ବାର ବିଫଳ ହେବା ପରେ ଶେଷରେ ଯୁବକଜଣଙ୍କ ବେରାଫିନଙ୍କ ଉପରେ ଏସିଡ ପକାଇ ଦେଇଥିଲା । ଯଦି ମୋର ନ ହେବ ତାହାହେଲେ କାହାର ହେବନି ଜିଦ ସେ ଧରିଥିଲା । ତଦନ୍ତ ପରେ ପୋଲିସ କାସିମଙ୍କୁ ଗିରଫ କରିଥିଲା । ୧୩ ବର୍ଷ ସଜା ପରେ ସେ ଭାଙ୍ଗି ପଡିଥିଲେ । ଏହା ପରେ ପ୍ରତ୍ୟେକ ଦିନ ସେ ତାଙ୍କ ଭୁଲ ନେଇ ବେରାଫିନଙ୍କୁ କ୍ଷମା ମାଗୁଥିଲେ । ଶେଷରେ ମନ ତରଳି ଯାଇଥିଲା । ଉଭୟଙ୍କ ମଧ୍ୟରେ ବୁଝାମଣା ହେବା ପରେ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ।
ସୋସିଆଲ ସାଇଟରେ ଉଭୟ ସେମାନଙ୍କ ପ୍ରେମ କାହାଣୀ ଜଣାଇବା ପରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଏସିଡ ପକାଇବା ପରେ ଘୃଣ୍ୟ କାମ କରିଥିବା ବ୍ୟକ୍ତିକୁ ପୁଣି କ୍ଷମା ଦେବା ନେଇ ଅନେକ ସହମତି ହୋଇ ନାହାନ୍ତି । ଅନ୍ୟ ପଟେ ବିଳମ୍ବରେ ହେଉ ପେଉ ଭୁଲ ମାଗି ନିଜ ହାତରେ ନଷ୍ଟ କରିଥିବା ଫୁଲଗଛକୁ ସେ ପୁଣି ନିଜର କରିନେଇଛି ତାହାକୁ ଅନ୍ୟମାନେ ସ୍ୱାଗତ କରିଛନ୍ତି ।
BREAKING NEWS
- Turkey-Pakistan-Saudi defence deal:ସାଉଦି ଆରବ-ପାକ୍- ତୁର୍କୀ ମଧ୍ୟରେ ହୋଇଥିବା ନୂତନ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା
- ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ
- Subhadra Yojana:ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା;୨୫ ଜୁଲାଇ ସୁଦ୍ଧା ଆବେଦନଗୁଡ଼ିକର…
- ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
- ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା
- ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ
- ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ
- ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ
- ମହିଳା ଥାନାରୁ ଚମ୍ପଟ ମାରିଥିବା ଦୁଷ୍କର୍ମ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ
- ବିବାଦୀୟ ଏଫସିଆରଏ ବିଲକୁ ବିରୋଧ ପାଇଁ କଂଗ୍ରେସର ବଡ଼ ରଣନୀତି, ଜାରି ହେଲା ହୁଇପ୍

Comments are closed.