Latest Odisha News

BREAKING NEWS

ସିନେମା ହଲ୍‌ ଖୋଲିବାକୁ ଦିଲ୍ଲୀ ସରକାରଙ୍କୁ କରଣଙ୍କ ନିବେଦନ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ରରୁ ସର୍ବାଧିକ ମାମଲା ରିପୋର୍ଟ ହୋଇଛି। ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡିସେମ୍ବର ୨୮ ରେ ସିନେମା ହଲ, ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଲ୍ଟିପ୍ଲେକ୍ସ ଆସୋସିଏସନ ଏହି ବିଷୟରେ ଚିନ୍ତା ପ୍ରକଟ କରି ଏହି ଆଦେଶ ଉପରେ ପୁନଃ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି।

BjdElectrycity

ଏହି ସମୟରେ କରଣ ଜୋହର ମଧ୍ୟ ଏକ ଟୁଇଟ୍ କରି ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶାବଳୀ ସହିତ ପ୍ରେକ୍ଷାଳୟ ଖୋଲିବା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି।

କରଣ ଜୋହର ତାଙ୍କ ଟ୍ୱିଟରେ ଲେଖିଛନ୍ତି- ‘ଆମେ ଦିଲ୍ଲୀ ସରକାରଙ୍କୁ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେବାକୁ ଅନୁରୋଧ କରୁଛୁ। ଏହା ସହ ସେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ସରକାରଙ୍କୁ ଟ୍ୟାଗ୍ କରିଛନ୍ତି।

Leave A Reply

Your email address will not be published.